ବିଜେଡି ସଭାପତି ପଦ ପାଇଁ ନବୀନ ଭରିବେ ନାମାଙ୍କନ
ନବମ ଥର ପାଇଁ ବିଜେଡିର ମଙ୍ଗ ଧରିବେ ନବୀନ ପଟ୍ଟନାୟକ। ବିଜେଡି ସଭାପତି ପ୍ରାର୍ଥୀ ପାଇଁ ଆଜି ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ।
ଭୁବନେଶ୍ୱର: ଦଳ ସଜାଡ଼ୁଛି ବିଜେଡି। ୨୦୨୪ ନିର୍ବାଚନ ପରାଜୟ ପରେ ଏବେ ଦଳକୁ ମଜବୁତ କରିବାରେ ବିଜେଡି ବ୍ୟସ୍ତ।
ଏବେ ଦଳର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ନବମ ଥର ପାଇଁ ବିଜେଡିର ମଙ୍ଗ ଧରିବେ ନବୀନ ପଟ୍ଟନାୟକ। ବିଜେଡି ସଭାପତି ପ୍ରାର୍ଥୀ ପାଇଁ ଆଜି ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ।
ଏନେଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।
ତେବେ ବିଜେଡି ସଭାପତି ରେସ୍ରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି।
ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ। ଆସନ୍ତା ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ।
ଅନ୍ୟପଟେ ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି।