ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ, ହସ୍ପିଟାଲରୁ ସିଧା ଯିବେ ଦିଲ୍ଲୀ ବାସଭବନ
ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ।
ମୁମ୍ବାଇ: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ । ମୁମ୍ବାଇ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସର୍ଭିକାଲ ଆର୍ଥାଇଟିସର ହୋଇଛି ଅସ୍ତ୍ରୋପଚାର ।
ତେବେ ଡିସଚାର୍ଜ ହେବା ପରେ ସେ ସିଧା ସଳଖ ଦିଲ୍ଲୀ ଯିବେ । ଦିଲ୍ଲୀ ବାସ ଭବନରେ କିଛି ଦିନ ଆରାମ କରିବେ । ଭୁବନେଶ୍ବର ଆସିଲେ ନେତାମାନଙ୍କର ଭିଡ଼ କାରଣରୁ ସଂକ୍ରମଣର ସମ୍ଭାବନା ରହିଛି । ସେଥିପାଇଁ ଭିଡ଼ରୁ ଟିକେ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ନବୀନ ଯେତେବେଳେ ଦିଲ୍ଲୀରୁ ଫେରିବେ, ତାଙ୍କ ସହ ତାଙ୍କ ଝିଆରୀ ଗାୟତ୍ରୀ ପଟ୍ଟନାୟକ ଥିବେ । ଗାୟତ୍ରୀ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ । ପ୍ରମଙ୍କ ପ୍ରଥମ ପତ୍ନୀଙ୍କ ଔରଷରୁ ଗାୟତ୍ରୀଙ୍କ ଜନ୍ମ । ଗାୟତ୍ରୀ କୁଆଡ଼େ ଏବେ ଧରିବେ ବିଜେଡ଼ି ମଙ୍ଗ । ଆଗରୁ ମଧ୍ୟ ନବୀନଙ୍କ ଉତ୍ତର ଆଧିକାରୀ ଚର୍ଚ୍ଚା ହେଉଥିଲା । ତାଙ୍କ ପୁତୁରା ଅରୁଣ ପଟ୍ଟନାୟ ବିଜେଡ଼ି ସମ୍ଭାଳିବେ ବୋଲି କୁହାଯାଉଥିଲା । ଅରୁଣ କିନ୍ତୁ ଏଥିପାଇଁ ରାଜି ହେଲେ ନାହିଁ । ସେଥିପାଇଁ ପ୍ଲାନ ବୀର ସନ୍ଧାନରେ ଏବେ ବିଜେଡ଼ି ରହିଛି ।