fbpx

ରାଜେନ୍ଦ୍ର କଲେଜ ପ୍ଳାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ୫୦କୋଟିର ଅନୁଦାନ ଘୋଷଣା

Advertisement

ବଲାଙ୍ଗିର, ୩୧ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ରାଜେନ୍ଦ୍ର କଲେଜର ଐତିହାସିକ ପ୍ଳାଟିନମ୍ ଜୁବୁଲି ମହୋତ୍ସବର ଶେଷ ଦିନରେ ଆଜି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିିଭୂମି ଓ ଆନୁସଙ୍ଗିକ ଉନ୍ନତି ପାଇଁ ୫୦କୋଟିର ପ୍ୟାକେଜ ଘୋଷଣା କରଛନ୍ତି । ଏହାସହ ସେ କଲେଜର ଐତିହାସିକ ସଫଳତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ, ପ୍ରାକ୍ ସ୍ୱାଧୀନତା ସମୟରେ ଯେଉଁ ହାତ ଗଣତି ଶିକ୍ଷା ମନ୍ଦିର ଜନ୍ମଲାଭ କରିଥିଲା ତନ୍ମଧ୍ୟରୁ ରାଜେନ୍ଦ୍ର କଲେଜ ଅନ୍ୟତମ । ୭୫ବର୍ଷର ଯାତ୍ରା ସମୟରେ କଳା, ବିଜ୍ଞାନ, ସାହିତ୍ୟ, ସିନେମା, ଖେଳ, ରାଜନୀତି, ସାମ୍ବାଦିକତା ଆଦି ପ୍ରତି କ୍ଷେତ୍ରରେ ଦେଶ ବିଦେଶରେ ବହୁ ଉଜ୍ୱଳ ତାରକାମାନଙ୍କୁ ତିଆରି କରି ଏହି କଲେଜ ଖ୍ୟାତି ଅର୍ଜ୍ଜନ କରିଛି । କେବଳ ଏତିକି ନୁହେଁ ଏହି କଲେଜରେ ପଢିଥିବା ଛାତ୍ରଛାତ୍ରୀମାନେ ସୁଦୂର ୱାଶିଂଟନ,ବମ୍ବେ, ଦିଲ୍ଲ୍ଲୀ ଆଦି ବିଭିନ୍ନ ସ୍ଥାନରେ ବହୁ ଉଚ୍ଚ ପଦବୀରେ କାର୍ଯ୍ୟରତ ଅଛନ୍ତି । ଯାହାକି ରାଜ୍ୟ ତଥା ଜିଲ୍ଲା ପାଇଁ ବେଶ୍ ଗୋ÷ରବର ବିଷୟ । ଅନ୍ୟପକ୍ଷରେ ଏହି ପ୍ଲାଟିନମ ଜୁବୁଲି ମହୋତ୍ସବରେ ଅନ୍ୟ ମାଣ୍ୟଗଣ୍ୟ ଅତିଥି ଭାବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠୀ ଓ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । ୨୭ତାରଖରୁ ଆରମ୍ଭ ହୋଇଥିବା ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଯୋଗଦାନ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା । ଏହାପରେ ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଉତ୍ସବର ଗୌରବ ଗାରିମାକୁ ବୃଦ୍ଧି କରିଛି ।

Get real time updates directly on you device, subscribe now.