“ଫ୍ଲାଇଂକିସ୍ ଦେଉଥିଲେ ନବୀନ, ଆଖି ମଧ୍ୟ ମାରୁଥିଲେ”; ପଦ୍ମଲୋଚନ ପଣ୍ଡା

ନବୀନଙ୍କୁ ମେଡିସିନ୍ ଦେଇ ପାଗଳ କରି ରଖିଥିଲେ ପାଣ୍ଡିଆନ। ସେ କ'ଣ କହୁଛନ୍ତି କ'ଣ କରୁଛନ୍ତି କିଛି ଜାଣିପାରୁନଥିଲେ।

ଭୁବନେଶ୍ୱର: ପୁଣି ନବୀନ ପାଣ୍ଡିଆନ ପ୍ରସଙ୍ଗ ନେଇ ସାଘାଂତିକ ବୟାନ ଦେଲେ ବିଜେପି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ତାଙ୍କ କହିବା କଥା ନବୀନଙ୍କୁ ପାଗଳ କରି ରଖାଯାଇଥିଲା। ଆଉ ନବୀନଙ୍କୁ ଆଉ କେହି ନୁହେଁ ବରଂ ନିଜେ ପାଣ୍ଡିଆନ ହିଁ ପାଗଳ କରି ରଖିଥିଲେ ବୋଲି ସାଘାଂତିକ ବୟାନ ଦେଇଛନ୍ତି ପଦ୍ମଲୋଚନ।

ଯେତେବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ପାଣ୍ଡିଆନ ହିଁ ନବୀନଙ୍କୁ ମେଡିସିନ୍ ଦେଇ ପାଗଳ କରି ରଖିଥିଲେ। ସେଥିପାଇଁ ନବୀନ କିଛି ବୁଝି ପାରୁନଥିଲେ କି ଜାଣିପାରୁନଥିଲେ। ବୋଲି କହିଛନ୍ତି ସିମୁଳିଆ ବିଧାୟକ।

କେବଳ ସେତିକି ନୁହେଁ ସେତେବେଳେ ନବୀନ କ’ଣ କରୁଥିଲେ ନିଜେ ବୁଝି ପାରୁନଥିଲେ। ତେଣୁ କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ ଆଉ କେତେବେଳେ ଆଖି ମାରୁଥିଲେ। ଆଉ ପାଣିଆନ କେତେବେଳେ ନବୀନଙ୍କ ହାତକୁ ଜାବୁଡି ଧରୁଥିଲେ ତ ଆଉ କେତେବେଳେ ତାଙ୍କୁ ଗୋଇଠା ମାରୁଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ।

କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ପାଣ୍ଡିଆନ ୨୪ ସାଧାରଣ ନିର୍ବାଚନ ପରେ ସକ୍ରିୟ ରାଜନୀତିରୁ ସନ୍ନାସ ନେବା ପରେ ନବୀନଙ୍କ ଭାଗ୍ୟ ବଦଳିଛି। ସେ ଏବେ ସମସ୍ତଙ୍କ ସହ କଥା ହେଉଛନ୍ତି ସମସ୍ତଙ୍କ ସହ ସୁନ୍ଦର ଭାବରେ ମିଶୁଛନ୍ତି।  ଏହାଛଡ଼ା ପାଣ୍ଡିଆନ କାଳେ ଚାହୁଁନଥିଲେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି ପଦ୍ମଲୋଚନ।

ସେପଟେ ବିଜେପି ବିଧାୟକଙ୍କ ଏପରି ବୟାନ ପରେ ପାଲଟା ଅଭିଯୋଗ କରିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀ ପଦ ପାଇବାକୁ ଆଶାୟୀ ଅଛନ୍ତି ପଦ୍ମଲୋଚନ। ସେଥିପାଇଁ ନବୀନଙ୍କ ନାଁ ନେଇ ସେ ମନ୍ତ୍ରୀପଦ ପାଇବାକୁ ଚାହୁଁଛନ୍ତି। ସେଥିପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି।