fbpx

ବିଶ୍ଵ U-20 ଆଥଲେଟିକସ: ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

Advertisement

ନୂଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ଵ ଆଥଲେଟିକସ ଚାମ୍ପିଅନସିପ ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ୧୦ କିମି ଚାଲିରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଅମିତ୍ ଖତ୍ରି, ଲଙ୍ଗ ଜମ୍ପର ଶୈଳୀ ସିଂ ଓ ମିକ୍ସଡ ୪ଗୁଣା୪୦୦ ରିଲେ ଦଳକୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ରବିବାର ନିଜର ପ୍ରଥମ ଆନ୍ତର୍ଜାତୀୟ ମୁକବିଲାରେ ଅଂଶଗ୍ରହଣ କରିଥିବା ଅମିତ୍ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଅମିତ୍ ୪୨.୧୭.୯୪ ସେକେଣ୍ଡର ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ମିକ୍ସଡ ଟିମ୍ ରିଲେ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରିୟା ମୋହନ, ଭାରତ ଏସ, ସୁମି ଏବଂ କପିଲ ୨୦.୬୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ। ସେହଭଳି ମହିଳା ଲଙ୍ଗଜମ୍ପର୍ ଶୈଳୀ ସିଂ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି।

Get real time updates directly on you device, subscribe now.