fbpx

ପୁରୀରୁ କେନ୍ଦ୍ରକୁ ନବୀନଙ୍କ ବାର୍ତ୍ତା, କହିଲେ- ‘ପ୍ରଭୁଙ୍କ କାମ କେହି ଅଟକାଇ ପାରିବେ ନାହିଁ’

ପୁରୀ,୮ ।୨(ଓଡିଶା ଭାସ୍କର): କରୋନା କଟକଣା ହଟିବା ପରେ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀରୁ କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରସ୍ତାବିତ ବାଇ-ଲ ସମ୍ପର୍କରେ ମନ୍ତବ୍ୟ ଦେଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଜଗନ୍ନାଥଙ୍କ ବିକାଶ କାମକୁ କେହି ଅଟକାଇପାରିବେ ନାହିଁ ବୋଲି ନବୀନ କହିଛନ୍ତି । ମନ୍ଦିର ଉନ୍ନତିକରଣରେ ତ୍ୟାଗ ଦେଇଥିବା ଲୋକଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.