CHARIDHAM

ଯବାନ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ଉଦ୍ଧାର ହେଲା ଜଣେ ମାଓବାଦୀର ମୃତଦେହ

ଛତିଶଗଡ଼: କାଙ୍କେର-ନାରାୟଣପୁର ସୀମାରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଶନିବାର ଦିନ ଛତିଶଗଡ଼ ବୀଜାପୁ ଜିଲ୍ଲାରେ ୮ ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ୮ ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଛତିଶଗଡ଼ର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ବିଷୟରେ ଗତକାଲି ସୂଚନା ଜାରି କରିଥିଲେ।