fbpx

ନକ୍ସଲ ନାମରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା, ମୋବାଇଲ ଟ୍ରକ୍ କରି ଯୁବକଙ୍କୁ ବାନ୍ଧିଲା ପୁଲିସ

କଲ୍ୟାଣସିଂହପୁର, (ଭାସ୍କର ନ୍ୟୁଜ୍‌): ନକ୍ସଲ ନାମରେ ଚାନ୍ଦା ଆଦାୟ କରି ଯୁବକକୁ କେସ୍‌ ନମ୍ବର ୧ ଦଫା ୩୮୬,୫୦୭,୩୪ଆଇପିସିରେ ମାମଲା ରୁଜୁ କରି ଗିରଫ କୋର୍ଟ ଚାଲାଣ କରିଛନ୍ତି । ପୁଲିସର ଅଧିକ ତଦନ୍ତ ଜାର କରିଛିନ୍ତି । ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ।

ସୂଚନା ମୁତାବିକ,  ମାଓବାଦୀ ନାମରେ ଜଣେ ଯୁବକ ମାଝୀଗୁଡା ମିଲ ମାଲିକ ଭୂମି ମାଧବ ରାଓଙ୍କୁ ୧ ଲକ୍ଷ୫୦ହଜାର ଟଙ୍କା ଦେବା ପାଇଁ କିଛି ଦିନ ହେବ ଧମକ କରିଆସୁଥିଲେ । ଟଙ୍କା ନଦେଲେ ତୁମ ସହ ମିଲ୍‌କୁ ବୋମା ପକାଇ ଉଡାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ କୌଣସି ଉପାୟ ନପାଇ ମାଧବ ରାଓ ଶେଷରେ ସ୍ଥାନୀୟ କଲ୍ୟାଣସିଂ ହପୁର ଥାନା ଅଧିକାରୀ ସୁକୁମା ହାଂସୁଦଙ୍କ ସହାୟତା ଲୋଡିଥିଲେ । ଏହାପରେ ଘଟଣା ନେଇ ହସ୍ତକ୍ଷେପ କରି ସ୍ଥାନୀୟ ପୁଲିସ ଛାନ୍ନଭିନ ଆରମ୍ଭ କରିଥିଲେ । ଘଟଣାକୁ ନେଇ ପୁଲିସ ପକ୍ଷରୁ ଉକ୍ତ ଯୁବକଙ୍କ ମୋବାଇଲ ନମ୍ବରକୁ ନେଇ ଟ୍ରାକ କରି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ । ଏହାପରେ ଜିଲା ଏସ୍‌ଡିପିଓ ଦିବ୍ୟଜ୍ୟାତି ଦାସ ଆଜି ସ୍ଥାନୀୟ ଥାନାରେ ପହଞ୍ଚି ଘଟଣାକୁ ନେଇ ଅଧିକ ତଦନ୍ତ କରିବା ସହ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏହାର ପ୍ରକୃତ ତଦନ୍ତ କରିବା ପରେ ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଧରାଜୀବ ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.