fbpx
BSKY SKY
BSKY SKY

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, କେନ୍ଦ୍ର ଦେଲା ଅନୁମତି

BSKY

ଭୁବନେଶ୍ୱର: GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହି ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା ।

କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ । ଏହାସହ ଅନ୍ୟ ବାଇଗଣ ତୁଳନାରେ ଏହି ପ୍ରଜାତିର ବାଇଗଣରେ ମଞ୍ଚି ଅଧିକ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଇଥାଏ । ଏହା ବିଶେଷ ଭାବେ ବାଲିଆ ଅଞ୍ଚଳରେ ଚାଷ କରାଯାଇଥାଏ ।

ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି । ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା । ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.