fbpx

ପୂର୍ବତନ ମନ୍ତ୍ରୀଙ୍କ ବିବାଦୀୟ ବୟାନ; କ୍ରୁଜ ଲାଇନରରୁ NCBକୁ ମିଳିନି ଡ୍ରଗ୍ସ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆର୍ଯ୍ୟନଙ୍କୁ ୪ ଦିନିଆ ଏନସିବି ରିମାଣ୍ଡରେ ପଠା ଯାଇଥିବା ବେଳେ ସମଗ୍ର ବଲିଉଡ ଆର୍ଯ୍ୟନଙ୍କ ସପକ୍ଷରେ ମତ ରଖିଛି । ଏମିତି ସମୟରେ ମହାରାଷ୍ଟ୍ରର ଜଣେ ପୂର୍ବତନ ମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇଛନ୍ତି । କ୍ରୁଜ ଲାଇନରରେ ଏନସିବିର ରେଡ ସମୟରେ ଆଦୌ ଡ୍ରଗ୍ସ ମିଳିନଥିବା ନେଇ ମତ ଦେଇଛନ୍ତି ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ ।
ଏନସିବିର ଏହି ରେଡ ସମ୍ପୂର୍ଣ୍ଣ ଭାବରେ ଫେକ୍ ରହିଥିଲା । ଏହି ରେଡରୁ ଏକ ଗ୍ରାମ ଡ୍ରଗ୍ସ ଜବତ ହୋଇନଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି । ଏହି ରେଡ ସମୟରେ ଜାରି କରାଯାଇଥିବା ସମସ୍ତ ଫଟୋ ଏନସିବି ଅଫିସର ବୋଲି ମଲିକ ଦାବି କରିଛନ୍ତି । ଏହା ସହିତ ଏହି ରେଡରେ ବିଜେପିର କିଛି କର୍ମକର୍ତ୍ତା ସାମିଲ ରହିଥିବା ନେଇ ମଲିକ ଦାବି କରିଛନ୍ତି ।

Get real time updates directly on you device, subscribe now.