fbpx

NCERT ରେ ଏହି ପଦରେ ବିନା ପରୀକ୍ଷାରେ ମିଳିପାରିବ ଚାକିରି, ୧.୪୪ ଲକ୍ଷ ପର୍ଯ୍ୟନ୍ତ ରହିଛି ଦରମା

ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT) ରେ ଆସିଷ୍ଟାଣ୍ଟ ପ୍ରୋଫେସର, ଆସୋସିଏଟ୍ ପ୍ରୋଫେସର ଏବଂ ଅନ୍ୟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ ଏନସିଇଆରଟିର ଅଫିସିଆଲ ୱେବସାଇଟ ncert.nic.in କୁ ଯାଇ ଆବେଦନ କରିପାରିବେ ।

ଏହି ପଦରେ ଆବେଦନ ପାଇଁ ୮ ଅକ୍ଟୋବର ଠାରୁ ଆରମ୍ଭ ହୋଇଛି । ଏହି ନିଯୁକ୍ତି ଅନୂଯାୟୀ ସମୁଦାୟ ୨୯୨ ପଦ ପାଇଁ ନିଯୁକ୍ତି ରହିଛି । ଆବେଦନ କରିବା ପାଇଁ ୨୮ ଅକ୍ଟୋବର ଶେଷ ତାରିଖ ରହିଛି । ଆବେଦନ କରିବା ପାଇଁ ଆଶାୟୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ପଡ଼ିବ । ଅବଶ୍ୟ/ଏସସି/ଏସଟି/ପିଡବ୍ଲୁଡି/ମହିଳା ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ଦେବାକୁ ପଡ଼ିବନି ।

ତେବେ ଯୋଗ୍ୟତା ଏବଂ ପୋଷ୍ଟ ବିଷୟ ତଥା ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.