fbpx

ମହିଳା ଭାବରେ ଦୁଷ୍କର୍ମ ପୀଡିତାଙ୍କୁ ସମ୍ମାନ କର: ଦିଦିଙ୍କୁ ଏମିତି ଶୁଣାଇଲେ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ । ଜଣେ ମହିଳା ଭାବରେ ଦୁଷ୍କର୍ମ ପୀଡିତାଙ୍କ ପ୍ରତି ଏଭଳି ସମ୍ବେଦନହୀନ ମନ୍ତବ୍ୟ ଦେବା ଆଦୌ ସମିଚୀନ ନୁହେଁ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ନାଦିଆରେ ଟିଏମସି ମନ୍ତ୍ରୀଙ୍କ ପୁଅର ଜନ୍ମଦିନରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ବିନା ପୋଷ୍ଟମର୍ଟମରେ ଶବକୁ ପୋଡା ଯାଇଥିଲା । ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା ।

ଏହି ଘଟଣାକୁ ନେଇ ହିଂସାକାଣ୍ଡ ବ୍ୟାପିଥିବା ବେଳେ ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିଲା ।ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ଦେଖା ଦେଇଥିଲା ବିବାଦ । ମମତା ବାନାର୍ଜୀ କହିଥିଲେ, ଏହି ନାବାଳିକା ଜଣଙ୍କର ଆଉ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ଏପରିକି ଝିଅଟି ସହିତ ଦୁଷ୍କର୍ମ ହୋଇଥିବାର କିଛି ପ୍ରମାଣ ନାହିଁ ବୋଲି କହିଥିଲେ ମମତା ବାନାର୍ଜୀ । ଅପରାଧ ପ୍ରମାଣ ହୋଇନଥିବା ବେଳେ ବିରୋଧୀଙ୍କ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ମମତା ନିନ୍ଦା କରିଥିଲେ ।

୧୪ ବର୍ଷୀୟ ବାଳିକାର ମୃତ୍ୟୁକୁ ନେଇ ମହିଳା କମିଶନଙ୍କ ପକ୍ଷରୁ ମମତା ବାନାର୍ଜୀଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏପରିକି ରାଜ୍ୟପାଳ ଜଗଦୀପ ଧନକାର ମଧ୍ୟ ସରକାରଙ୍କ ଠାରୁ ଜବାବ ଦାୟର କରିଥିଲେ । ମମତାଙ୍କ ବୟାନକୁ ଅଣ ସମ୍ବେଦନଶୀଳ ବୋଲି କହିଥିଲେ ମହିଳା କମିଶନ ଚେୟାରମ୍ୟାନ ରେଖା ଶର୍ମା । ମମତା ଫିନାଇଲରେ ପାଟି ଧୋଇବା ଆବଶ୍ୟକ ବୋଲି କହିଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

Get real time updates directly on you device, subscribe now.