Ind Vs Pak Live : ଧୂଆଁଧାର ବ୍ୟାଟିଂ କରୁଛି ପାକିସ୍ତାନ ; ୮୫ ରନରେ ଭାରତ ହାତରେ ବାସ ଗୋଟେ ୱିକେଟ୍ , ନିରାଶ ଇଣ୍ଡିଆ ଫ୍ୟାନ୍ସ
୮୫ ରନରେ ଭାରତ ଗୋଟେ ମାତ୍ର ଗୋଟିଏ ୱିକେଟ୍ ହାତେଇଛି।
ଦୁବାଇ: ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଇଛନ୍ତି । ଭାରତ ଏବଂ ପାକିସ୍ତାନ ମ୍ୟାଚ କୁ ନେଇ ସବୁ ଚାତକ ଭଳି ଚାହିଁ ରହିଛନ୍ତି । ଯେତେବେଳେ କି ପାକିସ୍ତାନ ରନ ହାତେଇ ଚାଲିଛି । ୮୫ ରନରେ ଭାରତ ଗୋଟେ ମାତ୍ର ଗୋଟିଏ ୱିକେଟ୍ ହାତେଇଛି।
ପାକିସ୍ତାନ ପାଇଁ ଦୃଢ଼ ଆରମ୍ଭ କରୁଥିବା ଫରହାନଙ୍କୁ ବରୁଣ ଚକ୍ରବର୍ତ୍ତୀ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫରହାନ ୩୮ ବଲ୍ ରେ ୫୭ ରନ୍ କରି ବିଦାୟ ନେଇଥିଲେ। ପାକିସ୍ତାନ ୮୪ ରନ୍ ରେ ପ୍ରଥମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ମାତ୍ର ନଅ ଓଭରରେ ୭୭ ରନ କରିଛି। ଫରହାନ ୫୧ ରନ କରିଥିବାବେଳେ ଫଖର ଜମାନ ୨୨ ରନ କରି ବ୍ୟାଟିଂ କରୁଛନ୍ତି।
ପାକିସ୍ତାନ ୧୦ ଓଭର ପରେ ୮୭ ରନ କରିଛି। ଏସିଆ କପ୍ ୨୦୨୫ର ଫାଇନାଲ୍ ରେ ଟିମ୍ ଇଣ୍ଡିଆ ପାକିସ୍ତାନ ସହିତ ମୁହାଁମୁହିଁ ହେଉଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪୧ବର୍ଷ ପରେ ଏହା ପ୍ରଥମ ଥର ଯେ ଭାରତ ଏବଂ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ରେ ପରସ୍ପରକୁ ମୁହାଁମୁହିଁ ହେଇଛନ୍ତି । ଫାଇନାଲ୍ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି ।