fbpx

ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହରାଇଲା NDA: ୧୦୧କୁ ଖସିଲା ମୋଟ ସାଂସଦଙ୍କ ସଂଖ୍ୟା

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୭ଟି ରାଜ୍ୟର ୧୩ଟି ଆସନର ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିଥିବା ବେଳେ ପୁଣି ଦଳ ପାଇଁ ଆଉ ଏକ ସମସ୍ୟା ଆସି ଛିଡ଼ା ହୋଇଛି । ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ହରାଇବା ସହିତ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ରାଜ୍ୟସଭାକୁ ମନୋନୀତ ହୋଇଥିବା ବିଜେପିର ୪ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନେ ଅବସର ଗ୍ରହଣ କରିଛନ୍ତି । ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ଉପନିର୍ବାଚନରେ ଭାଜପା ଆଉ କିଛି ଆସନ ହାତେଇବାର ସମ୍ଭାବନା ରହିଛି ।

ବର୍ତ୍ତମାନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୨୬ ରହିଥିବା ବେଳେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ କୌଣସି ଦଳକୁ ୧୧୩ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ତେବେ ବିଜେପି ନିକଟରେ ତେବ ୮୬ ଜଣ ସଂସଦ ରହିଥିବା ବେଳେ ଏନଡିଏର ଆସନ ସଂଖ୍ୟା ୧୦୧ ରହିଛି । ଅନ୍ୟପକ୍ଷରେ ୧୯ଟି ଆସନ ଏବେ ଖାଲି ପଡ଼ିଛି । ତେବେ ରାଜ୍ୟସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ସରକାରଙ୍କୁ ଯେ କୌଣସି ବିଲ୍ ପାସ କରାଇବାକୁ ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି । କାରଣ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା କିଛି ଦଳମାନଙ୍କର ସହାୟତା ନେଇପାରିବ ଏନଡିଏ ।

ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ୮୭ ଜଣ ସାଂସଦ ରହିଛନ୍ତି । ଗୃହରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ବର୍ତ୍ତମାନ କୌଣସି ବିଲ୍ କରିବାକୁ ହେଲେ ଏନଡିଏକୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ବିଜେପିକୁ ଏଆଇଏଡିଏମକେ, ୱାରଇଏସଆର କଂଗ୍ରେସ କିମ୍ବା କିଛି ଅଣ-ଏନଡିଏ ଦଳଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ରାଜ୍ୟସଭାରେ ଏବେ ଏଆଇଏଡିଏମକେର ୪ ଜଣ, ୱାରଇଏସଆର କଂଗ୍ରେସର ୧୧ ଜଣ ସାଂସଦ ରହିଛନ୍ତି । ଖାଲି ଥିବା ୧୯ଟି ଆସନ ପାଇଁ ଚଳିତ ବର୍ଷ ନିର୍ବାଚନ ହେବ । ମହାରାଷ୍ଟ୍ର, ଆସାମ, ବିହାରରେ ୨ଟି ଲେଖାଏଁ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତିପୁରରେ ୧ଟି ଲେଖାଏଁ ଆସନ ଖାଲି ରହିଛି ।

Get real time updates directly on you device, subscribe now.