‘ତୁଳସୀ, ନିମରେ ପ୍ରସ୍ତୁତ ହୋଇଛି ଦେଶୀ ମାସ୍କ, ଏନ-୯୫ ଠାରୁ ବି ଅଧିକ ପ୍ରଭାବଶାଳୀ’

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚେତନତାକୁ ଦୃଷ୍ଟିରେ ରଖି କୁହାଯାଇଛି । ଦେଶର ସବୁ ଲୋକ ଡବଲ୍ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ତେବେ ଏହାକୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଗୋଟିଏ ଲୋକ ନିଜ ହିସାବରେ ଡବଲ୍ ମାସ୍କର ନାଚୁରାଲ୍ ଜୁଗାଡ କରିଛନ୍ତି ।

ତେବେ ଏପରି କହିବାର କାରଣ ହେଲା ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ଲୋକ ଗୋଟିଏ ଦୌଡିକୁ ମୁହଁରେ ବାନ୍ଧିଛନ୍ତି । ଆଉ ସେଥିରେ ନିମ୍ବ, ତୁଳସୀ ରଖାହୋଇଛି । ଭିଡିଓଟି ଆପଣଙ୍କୁ ମାନଙ୍କୁ ମଜାଦାର ଲାଗିବ ନିଶ୍ଚୟ । ତାଙ୍କର ଭିଡିଓକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଛନ୍ତି । ଭିଡିଓଟି ଉତ୍ତର ପ୍ରଦେଶ ସୀତାପୁରର ବୋଲି ଜଣାପଡିଛି । ଆଇପିଏସି ଅଫିସର୍ ଜଣକ ଏହାକୁ ସେୟାର କରି ଲେଖିଛନ୍ତି, “ମୁଁ ନିଶ୍ଚିତ ନୁହେଁ, ଏହି ମାସ୍କ ଆପଣଙ୍କୁ ସାହାଯ୍ୟ କରିପାରେ, ଆବଶ୍ୟକତା ହେଉଛି ଜୁଗାଡର ମା’ ।”

ଖାଲି ସେତିକି ନୁହେଁ ଭିଡିଓରେ ଥିବା ବ୍ୟକ୍ତି ଜଣକ ପିନ୍ଧିଥିବା ନିମ୍ବ ଏବଂ ତୁଳସୀ ଯୁକ୍ତ ମାସ୍କର ଉପକାରିତା ସମ୍ପର୍କରେ ବୁଝାଉଛନ୍ତି । ସେ କହୁଛନ୍ତି ଯେ, ଏନ୯୫, କପଡା ଓ ସର୍ଜିକାଲ ମାସ୍କ ଠାରୁ ଏହା ଢ଼େର୍ ଗୁଣରେ ଭଲ । ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି ।