fbpx

କିଶୋର ଜେନାଙ୍କୁ ନୀରଜଙ୍କ ବାର୍ତ୍ତା ‘Go For Paris’ , ହୃଦୟକୁ ଛୁଇଁବ ଏ କାହାଣୀ…..

ଓଡିଶା ଭାସ୍କର: କିଶୋର ଜେନା! ଯାହାଙ୍କୁ ଓଡିଶାର ଲୋକ ଖୁସିରେ ଜେନା ବାବୁ ମଧ୍ୟ ସମ୍ବୋଧନ କରନ୍ତି । ଯିଏ ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଛତ୍ରଛାୟାରେ ସର୍ବଦା ରହି ଆସିଛନ୍ତି । ଏସିଆନ ଗେମ୍ସରେ ମଧ୍ୟ ସେ ନୀରଜଙ୍କ ସହ ପୋଡିୟମ ଶେଷ କରିଥିଲେ । ଏସିଆରେ ଜିତିଥିବା ରଜତ ପଦକ ତାଙ୍କୁ ରାତାରାତି ଜାଭେଲିନ ଷ୍ଟାର ଭାବରେ ଖ୍ୟାତି ଦେଇଥିଲା । ଏସିଆନ ଗେମ୍ସ ପ୍ରଦର୍ଶନ ହିଁ ତାଙ୍କୁ ପ୍ୟାରିସ ଅଲମ୍ପିକ୍ସ ପାଇଁ ଟିକେଟ ଦେଇଥିଲା ।

ବୁଦାପେଷ୍ଟର ବିଶ୍ୱ ଚାମ୍ପିଅନସିପରେ ପ୍ରଥମ ଥର ପାଇଁ ଜେନା ଭାଗ ନେଇଥିଲେ । ଏଠାରେ ନୀରଜ ବିଶ୍ୱ ଚାମ୍ପିଅନ ହୋଇଥିଲେ ଓ କିଶୋର ଜେନା ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ସେହିସମୟରେ ଜେନାଙ୍କ ଜେନାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ୮୪.୭୭ ମିଟର ଥିଲା , ଯାହା ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ମାନକ ୮୫.୨୦ ମିଟରରୁ ମାତ୍ର ୪୩ ସେଣ୍ଟିମିଟର କମ୍ ଥିଲା । ସେହିସମୟରେ କିଶୋର ନିରାଶ ହୋଇ ନିଜ ହୋଟେଲକୁ ଫେରିଥିଲେ । ମାତ୍ର ଫାଇନାଲରେ ପଞ୍ଚମ ସ୍ଥାନରେ ଆସିବା ଏତେ ଛୋଟ ଉପଲବ୍ଧି ନ ଥିଲା ତାଙ୍କ ପାଇଁ । କାରଣ ନୀରଜ, ଅରଶଦ ମଗୀମ, ଜୈକବ ୱଡଲେଜ ଓ ଜୁଲିୟନ ୱେବରଙ୍କ ଭଳି ଷ୍ଟାର ଏଥିରେ ଖେଳୁଥିଲେ ।

ହୋଟେଲରେ ନୀରଜ କିଶୋରଙ୍କ ଏହି ଦୁଃଖ ଦେଖି ନିଜର କୋଠରୀକୁ ଡାକିଥିଲେ ଓ ତାଙ୍କର ଭିନ୍ନ ତରିକାରେ ସେ ତାଙ୍କୁ ପ୍ରେରିତ କରିଥିଲେ । ଏହାକୁ ନେଇ କିଶୋର କହିଛନ୍ତି ଯେ, ନୀରଜ ନିଜକୁ ଜଣେ ସାଧାରଣ ଆଥଲେଟ ଭାବନ୍ତି ଓ ସେ ଯାହା ପଚାରିଲେ ସହଜରେ କହିଥାଆନ୍ତି । ଏକ ସାକ୍ଷାତକାରରେ ସେ ନୀରଜଙ୍କ ଏହି କଥା ତାଙ୍କ ହୃଦୟକୁ ଛୁଇଁଯାଇଥିଲା ବୋଲି କିଶୋର କହିଛନ୍ତି । ସେ କେବେ ଭାବି ନ ଥାଆନ୍ତି ଯେ ସେ ଜଣେ ଷ୍ଟାର ପ୍ଲେୟାର ବୋଲି ।

ବିଶ୍ୱ ଚାମ୍ପିଅନସିପରେ ପାଇଥିବା ନିଜର ମେଡାଲକୁ ନୀରଜ କିଶୋରକୁ ଦେଇ କହିଥିଲେ ଯେ ପ୍ୟାରିସ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ହୁଅ । କଠିନ ପରିଶ୍ରମ କର । ସେ ନିଜକୁ ଏସିଆନ ଗେମ୍ସରେ ଦେଖା ହେବ ବୋଲି ମଧ୍ୟ ଜଣାଇଥିଲେ । ଏହି ଶବ୍ଦ ହିଁ କିଶୋରଙ୍କ ପାଇଁ ଭବିଷ୍ୟସୂଚକ ସାବ୍ୟସ୍ତ ହୋଇଥିଲା । କିଶୋର ହ୍ୱାଙଝୋ ଏସିଆ ଖେଳରେ ନା କେବଳ ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବରଂ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ନୀରଜଙ୍କ ସହ ପୋଡିୟମ ଶେଷ କରି ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ନେଲେ ଓ ସାରା ବିଶ୍ୱରେ ନୂଆ ଷ୍ଟାର ଭାବରେ ଉଭା ହେଲେ ଏହି ଓଡିଆ ପୁଅ କୋଟିଏରେ ଗୋଟିଏ ଲୋକ ନୀରଜଙ୍କ ଭଳି ଥାଆନ୍ତି ବୋଲି ଖୁସିରେ କିଶୋର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.