fbpx

NEET Paper Leak Case: ଦ୍ୱିତୀୟ ଥର ହେବନି ପରୀକ୍ଷା, ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି । ବ୍ୟବସ୍ଥାଗତ ବଡ଼ ତ୍ରୁଟି ହୋନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୁନଃ ପରୀକ୍ଷା ଆବେଦନ ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

୨୩ ଜୁଲାଇରେ ସୁପ୍ରିମକୋର୍ଟ ନିଟର ପୁନଃ ପରୀକ୍ଷା କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏନେଇ ବିସ୍ତୃତ ଭାବେ ନିର୍ଦ୍ଦେଶ ସେ ଆଗାମୀ ଦିନରେ ଦେବେ । ସକାଳ ସାଢେ ୧୦ଟାରେ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଣି କରିଛନ୍ତି । ନିଟ୍ ପେପର ଲିକ ଉପରେ ଶୁଣାଣି କରି ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ପେପର ଲିକ ବ୍ୟାପକ ଭାବେ ହୋଇନାହିଁ । ଆଗକୁ ଏନଟିଏକୁ ଧ୍ୟାନ ରଖିବା ଆବଶ୍ୟକ । ଏହିଭଳି ଅବହେଳା ନ ହେବ କିପରି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଆମେ ନିଟର ପୁନଃ ପରୀକ୍ଷାର ଦାବିକୁ ଖାରଜ କରୁଛୁ ।

Get real time updates directly on you device, subscribe now.