fbpx

NEET UG 2024: ସିଲାବସ୍ ଜାରି କଲା ଏନଏମସି, ଆସନ୍ତା ବର୍ଷ ମେ’୫ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ୨୦୨୪ ପରୀକ୍ଷା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (ନିଟ୍ ୟୁଜି) ସିଲାବସ୍ ପ୍ରକାଶ କରିଛି । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି, ସେମାନେ ସିଲାବସରେ କ’ଣ ପରିବର୍ତ୍ତନ ହୋଇଛି ତାହା ଯାଞ୍ଚ କରିବା ଉଚିତ୍ । ତେବେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍ ୟୁଜି କରାଯାଇଥାଏ ।

ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ସିଲାବସ୍ :-

ଛାତ୍ରଛାତ୍ରୀମାନେ ଏନଏମସିର ଅଫିସିଆଲ୍ ୱେବସାଇଟ୍ nmc.org.in ରେ ନିଟ୍ ୟୁଜି ୨୦୨୪ ସିଲାବସ୍ ଯାଞ୍ଚ କରିପାରିବେ । ଏନଏମସି କହିଛି ଯେ, ନିଟ୍ ୟୁଜି ସିଲାବସ୍ ୨୦୨୪ ୱେବସାଇଟରେ ଅପଲୋଡ୍ ହୋଇଛି ।

ଏହି ଦିନ ହେବ ପରୀକ୍ଷା :-

ଏମବିବିଏସ ଏବଂ ବିଡିଏସ କାର୍ଯ୍ୟସୂଚୀ ସହିତ ୟୁଜି ମେଡିକାଲ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଆଡମିଟ୍ କରିବା ପାଇଁ ନଟ୍ର ଆୟୋଜନ ସମଗ୍ର ଦେଶରେ ହୋଇଥାଏ । ଏନଟିଏ ମଧ୍ୟ ନିଟ୍ ୨୦୨୪ ପରୀକ୍ଷା ତାରିଖ ଘୋଷଣା କରିଛି । ଆସନ୍ତା ବର୍ଷ ୫ ମେ’ ୨୦୨୪ ରେ ପରୀକ୍ଷା ହେବ । ପରୀକ୍ଷା ତାରିଖ ପ୍ରକାଶ ପାଇଥିବାବେଳେ ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ କୁହାଯାଇ ନାହିଁ ।

Get real time updates directly on you device, subscribe now.