fbpx

ନେହେରୁ ମେମୋରିଆଲ ନାମ ବଦଳିବା ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ପରିସ୍ଥିତି ଆସି ଏଠି ପହଁଚିଲାଣି

ନୂଆଦିଲ୍ଲୀ: ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଏବଂ ତିରୂବନ୍ତପୁରମରୁ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ଅନୁସୂଚନାର କଥା ଏହା ଯେ, ପରିସ୍ଥିତି ଏପର୍ଯ୍ୟନ୍ତ ପହଁଚି ସାରିଲାଣି । ସେମାନେ କହିଛନ୍ତି ଯେ, ଏକ ବହୁମତ ଦଳର ଏପରି ଛୋଟପଣ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ।

ସମାଚାର ଏଜେନ୍ସି ଏଏନଆଇ ସହ କଥା ହେଉଥିବା ବେଳେ ଶଶୀଥରୁର କହିଛନ୍ତି ଯେ, ଅବଶୋଷ ଏହି କଥାରେ ଅଛି ଯେ,ଏପରି ପରିସ୍ଥିତି ଆସିଯାଇଛି । ମୋତେ ଲାଗୁଛି ଯେ, ଅନ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ କୋଠା ବିସ୍ତାର କରିବାର ଆଇଡିଆ ଏକ ଅସାଧାରଣ ବିଚାର ଅଟେ । ହେଲେ ଏହି ପ୍ରକ୍ରିୟାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଯେଉଁମାନେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ । ସ୍ୱାଧୀନତା ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦିନ ଧରି ଅଫିସରେ ରହିଆସିଥିବା ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ହଟାଇବା ଏହାର ଅର୍ଥ ।

ଥରୁର ଆହୁରି କହିଛନ୍ତି, ଆପଣ ଏହାକୁ ନେହେରୁ ମେମୋରିଆଲ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ବୋଲି କହିଥାନ୍ତେ। ଏହି ଅସ୍ଥିରତା ଦୁର୍ଭାଗ୍ୟଜନକ ଏବଂ ଏହା ଆମର ନିଜ ଐତିହାସିକ ଅତୀତ ପ୍ରତି ଏକ ତିକ୍ତତା ଦେଖାଏ। ମୋର ବିଶ୍ୱାସ ଯେ, ଏତେ ଭଲ ସଂଖ୍ୟାଗରିଷ୍ଠତା ଥିବା ଏଭଳି ସରକାର ପାଇଁ ଏହା ଅନୁକୂଳ ନୁହେଁ।

Get real time updates directly on you device, subscribe now.