fbpx
BJD
BJD SKY
BJD SKY

ସଂସଦରେ ଅଭାବନୀୟ ଘଟଣା: ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

ନୂଆଦିଲ୍ଲୀ: ନେପାଳରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଜଣେ ସାଂସଦ ନିଜର ବସ୍ତ୍ର ଦେହରୁ କାଢ଼ି ଚର୍ଚ୍ଚା ପରିସରକୁ ଆସିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହା ନେପାଳର ପ୍ରଥମ ଘଟଣା ବୋଲି କୁହାଯାଉଛି ।

ସାଂସଦ ଜଣଙ୍କ ହେଲେ ଅମରେଶ କୁମାର ସିଂହ । ଯିଏକି ନେପାଳ କଂଗ୍ରେସର ଜଣେ ପୂର୍ବତନ ନେତା । ଗତବର୍ଷ ସରଲାହୀରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । କାରଣ ତାଙ୍କୁ ନେପାଳୀ କଂଗ୍ରେସ ତରଫରୁ ଟିକେଟ ଦିଆଯାଇ ନଥିଲା । ସୂଚନାଯୋଗ୍ୟ, ହାଉସ ଅପ୍ ରିପ୍ରେଜେଣ୍ଟେଟିଭ୍ର ବାଚସ୍ପତି ଦେବରାଜ ଧିମିରେ ସଂସଦରେ ସାଂସଦ ଅମରେଶ କୁମାର ସିଂହ କିଛି କହିବାକୁ ଚାହୁଁଥିବା ବେଳେ ତାଙ୍କୁ ସୁଯୋଗ ଦେଇ ନଥିଲେ । କାରଣ ଅମରେଶ କୁମାର ସିଂହ ସଂସଦରେ ବ୍ୟବହାର ଠିକ କରି ନଥିଲେ ।

ଏହି କାରଣରୁ ଅମରେଶ ଖୁବ ରାଗି ଯାଇ ସଂସଦରେ ପୋଷାକ ଖୋଲି ଦେଇଥିଲେ । ତେବେ ତାଙ୍କର ଏଭଳି ସ୍ୱଭାବ ଦେଖି ବାଚସ୍ପତି କହିଥିଲେ, ‘ତୁମେ ବ୍ୟବହାର ଠିକ କର । ଯେପର୍ଯ୍ୟନ୍ତ ବ୍ୟବହାର ଠିକ କରି ନାହଁ, ସେପର୍ଯ୍ୟନ୍ତ ତୁମକୁ କହିବାର ସୁଯୋଗ ମିଳିବ ନାହିଁ ।’ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.