fbpx

ବିବାହ ପରେ ସମ୍ପର୍କୀୟଙ୍କଠାରୁ ନିଅନ୍ତୁ ନାହିଁ ଏହି ପରାମର୍ଶ: ନଚେତ ହୋଇପାରେ ଦାମ୍ପତ୍ୟ ଜୀବନରେ ଅସୁବିଧା

ସମୟ ବେଶ ଦ୍ରୁତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି । ଆଉ ଏହି ବଦଳୁଥିବା ସମୟ ସହିତ ଲୋକମାନେ ପାଶ୍ଚାତ୍ୟ ସଭ୍ୟତାକୁ ମଧ୍ୟ ଧୀରେ ଧୀରେ ଆଦରିବାରେ ଲାଗିଛନ୍ତି । ତେବେ ସମୟ ଯେତେ ପରିବର୍ତ୍ତନ ହୋଇଗଲେ ମଧ୍ୟ ଛାଡ଼ପତ୍ରକୁ ଆମ ସମାଜରେ ଏକ ଭଲ ଦୃଷ୍ଟିରେ ଦେଖାଯାଇନଥାଏ । ତେବେ ଏହି ଶବ୍ଦ ଝିଅମାନଙ୍କ କ୍ଷେତ୍ରରେ ଏକ ଅଲଗା ମହତ୍ତ୍ୱ ବହନ କରିଥାଏ । ତେବେ ବିବାହ ପରେ କୌଣସି ମନାନ୍ତର କିମ୍ବା ମତାନ୍ତର ହେଲେ ପରିବାର ଲୋକେ ଝିଅକୁ ଏପରି ପରିସ୍ଥିତିରୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ଏପରିକିୀ ଆପୋଷ ବୁଝାମଣା କରିବା ପାଇଁ ଅନେକ ପରାମର୍ଶ ମଧ୍ୟ ଦିଅନ୍ତି । ହେଲେ ଏପରି କିଛି ପରାମର୍ଶ ଝିଅମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ଦୁଃଖ ଏବଂ ଅନୁତାପର ବିଷୟ ପ୍ରମାଣିତ ହୋଇଥାଏ ।

ତେବେ ଏହା ସତ୍ୟ ଯେ ପରିବାର ଲୋକେ ନିଜ ଝିଅକୁ ଦୁଃଖ ଚାହିଁନଥାନ୍ତି । ହେଲେ ଆପଣଙ୍କର ପରିସ୍ଥିତି ଏବଂ ଅବସ୍ଥା ବିଷୟରେ ସମ୍ପୂର୍ଣ୍ର ରୂପେ ନଜାଣି ସେମାନେ ଆପଣଙ୍କୁ ପରାମର୍ଶ ଦେଇଥାନ୍ତି । ତେବେ ସେମାନଙ୍କର ଏପରି ପରାମର୍ଶକୁ ମାନିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଅଦିକ ସମସ୍ୟା ଆସିବା ସହିତ ଅଧିକ ଅଶାନ୍ତି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ତେଣୁ ବିବାହା ପରେ ନିଜର ସମ୍ପର୍କକୁ ସୁଧାରିବା ପାଇଁ ଅନ୍ୟ କାହାର ପରାମର୍ଶ ନିଅନ୍ତୁ ନାହିଁ । କିମ୍ବା ସେମାନଙ୍କ କଥା ଉପରେ ଅନ୍ଧ ପରି ବିଶ୍ୱାସ କରନ୍ତୁ ନାହିଁ ।

ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସ୍ୱାଭାବିକ । କିନ୍ତୁ ଏପରି ସ୍ଥାନରେ ଉଭୟଙ୍କୁ ଉଭୟଙ୍କ ସମ୍ପର୍କର ସମ୍ମାନ ମନେ ରଖିବା ଉଚିତ । ବେଳେ ବେଳେ କ୍ରୋଧରେ ସାମ୍ନାଲୋକ କିଛି କଥା କହିଥାଏ ଯାହା ପରେ ସେ ଆମ ପାଇଁ ଉଚିତ ନୁହନ୍ତି ବୋଲି ଅନୁଭବ ହୋଇଥାଏ । ତେବେ ଏପରି ସ୍ଥାନରେ ଅନ୍ୟ କାହାର ଉପଦେଶ ନନେଇ ନିଜେ ଶାନ୍ତ ମନରେ ବସି ସମସ୍ୟାର ସମାଦାନ କରିବା ଆବଶ୍ୟକ ।

ବିବାହରେ ଆଡ଼ଜଷ୍ଟମେଣ୍ଟ ରହିବା ବହୁତ ଜରୁରୀ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପତି ପତ୍ନୀଙ୍କ ମଧ୍ୟରେ ଆଦର, ଭଲ ପାଇବା ସହିତ ଭଲ ବୁଝାମଣା ରହିବା ମଧ୍ୟ ଆବଶ୍ୟକ । ତେବେ ଯଦି ଆପଣ ଆପଣଙ୍କ ଜୀବନସାଥୀ ସହ ଆଡ଼ଜଷ୍ଟ କରି ପାରୁନାହାନ୍ତି ତେବେ ଏ ନେଇ ଅନ୍ୟ କାହାଠାରୁ ପରାମର୍ଶ ଗ୍ରାହଣ କରିବା ଅପେକ୍ଷା ପରସ୍ପର ସହିତ କଥା ଦେବା ଭଲ । ଏପରି ହେଲେ ଉଭୟ ମଧ୍ୟରେ ଭୁଲ ବୁଝାମଣା କମ ହୋଇ ସମସ୍ୟାର ସମାଧାନ ହୋଇପାରିବ ।

ତେବେ ଆମର ପୁରୁଷ ପ୍ରାଧାନ୍ୟ ସମାଜରେ ସ୍ୱାମୀର ସ୍ତ୍ରୀ ଉପରେ ହାତ ଉଠାଇବା ସାଧାରଣ କଥା ହୋଇପାରେ । ଏପରିକି ଅନେକ ସ୍ଥଳରେ ଝିଅର ପିତାମାତା ମଧ୍ୟ ଝିଅକୁ ଏପରି ପରିସ୍ଥିତିରେ ଝିଅକୁ ଆଡ଼ଜଷ୍ଟ କରିବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏ ଭଳି ସ୍ଥିତିରେ ଆପଣ ଅନ୍ୟକାହା କଥା ନଶୁଣି ନିଜେ ହିଁ ନିଜର ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି କଥାକୁ ସ୍ୱୀକାର କରିବା ଆଗରୁ ଏହା ମନେରଖନ୍ତୁ ଯେ ଯିଏ ଆଜି ଆପଣଙ୍କ ଉପରେ ହାତ ଉଠାଇପାରୁଛି ସେ କାଲି ମଧ୍ୟ ଉଠାଇପାରିବ । ଯଦି ପତି ପତ୍ନୀଙ୍କ ମଧ୍ୟରେ ସମ୍ମାନ ଏବଂ ଆଦରର ସମ୍ପର୍କ ନାହିଁ ତେବେ ଏପରି ସମ୍ପର୍କରୁ ଯଥାଶୀଘ୍ର ଦୂରେଇ ଯିବା ଭଲ ।

Get real time updates directly on you device, subscribe now.