ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଖାଦ୍ୟ ସାମଗ୍ରୀକୁ କେବେ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ । ଏହାକୁ ନେବା ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷକୁ ଧାର ଆଣିବା କିମ୍ବା ମାଗଣାରେ ନେବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମସ୍ୟା ବଢ଼ିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କେବେ ବି କାହାଠାରୁ ମାଗଣାରେ ଲୁଣ ନିଅନ୍ତୁ ନାହିଁ। ଏପରିକି କାହାଠାରୁ ଲୁଣ ଧାର ନିଅନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣଙ୍କର ପିଢ଼ି ପିଢି ଧରି ଋଣ ସମସ୍ୟା ଲାଗି ରହିଥାଏ । ଏହା ସହ ଗରିବ ହୋଇଯାଆନ୍ତି ଏବଂ ଆର୍ଥିକ ସମସ୍ୟାରୁ ମୁକୁଳିବା କଷ୍ଟକର ହୋଇଯାଏ ।
ବାସ୍ତୁଶାସ୍ତ୍ରରେ ଲୁଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଲୁଣର ଅନେକ ଉପଚାର ଘରୁ ବାସ୍ତୁ ଦୋଷ ଦୂର କରିବା, ଆର୍ଥିକ ଅସୁବିଧା, ନକାରାତ୍ମକତାରୁ ମୁକ୍ତି ପାଇବାରେ ବହୁତ ପ୍ରଭାବଶାଳୀ ଅଟେ । ଏଥିସହ ଲୁଣ ସମ୍ବନ୍ଧୀୟ ଭୁଲ କରିବା ବ୍ୟକ୍ତିକୁ ମଧ୍ୟ ଗରିବ କରିପାରେ । ମାଗଣାରେ ଲୁଣ ନ ଖାଇବା ବ୍ୟତୀତ ଏହା ସହ ଜଡିତ ଆଉ ଏକ ଭୁଲରୁ ଦୂରେଇ ରୁହନ୍ତୁ । ରୋଷେଇ ଘରୁ ଲୁଣକୁ କେବେ ବି କାହାରିକୁ ଦିଅନ୍ତୁ ନାହିଁ। ଘରେ ଲୁଣ ନଷ୍ଟ ହେବା ଦ୍ୱାରା ଧନ ହାନି ହେବା ସହ ମୂଲ୍ୟ ହାନି ହୋଇଥାଏ । ତେଣୁ ଲୁଣ ସମ୍ପୂର୍ଣ୍ଣ ସରିବା ପୂର୍ବରୁ ଆଣି ଦିଅନ୍ତୁ। ବାସ୍ତୁଶାସ୍ତ୍ରରେ ଲୁଣର ସମ୍ପର୍କ ନ୍ୟାୟର ଦେବତା ଶନିଦେବଙ୍କ ସହ ରହିଛି। ତେଣୁ ମାଗଣା ଲୁଣ ଖାଇଲେ ବ୍ୟକ୍ତି କୌଣସି ନା କୌଣସି ସମସ୍ୟାରେ ଘେରି ରହିବେ।