ଖୁସି ଖବର: ଆସିଲା ନୂଆ କ୍ୟାନ୍ସର ଚିକିତ୍ସା, ଗୋଟିଏ ସେକେଣ୍ଡରୁ କମ୍ ସମୟରେ କ୍ୟାନ୍ସର ହେବ ଭଲ
ପାଶ୍ୱର୍ପ୍ରତିକ୍ରିୟାର ଡର ନାହିଁ । ଶରୀରର ସୁସ୍ଥ କୋଷିକାକୁ ପ୍ରଭାବିତ କରେ ନାହିଁ ଏହି ପଦ୍ଧତି । ଫ୍ଲାସ୍ ରେଡିଓଥେରାପି ଏକ ବରଦାନ ।
ଓଡ଼ିଶା ଭାସ୍କର: ଫ୍ଲାସ୍ ରେଡିଓ ଥେରାପି କ୍ୟାନ୍ସର ପାଇଁ ବରଦାନ ସ୍ୱରୂପ । ଏହା କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି । ରେଡିଓଥେରାପି ଏକ ଅଲ୍ଟ୍ରା ଫାଷ୍ଟ ଥେରାପି । ଯାହା କ୍ୟାନ୍ସର ସେଲ୍ ଚିହ୍ନି ନଷ୍ଟ କରିବାରେ ଗୋଟିଏ ସେକେଣ୍ଡରୁ କମ୍ ସମୟ ଲାଗୁଛି ।
କର୍କଟ ରୋଗ ଚିକିତ୍ସାରେ ବ୍ୟବହାର କରାଯାଉଥିବା ପାରମ୍ପରିକ ରେଡିଓଥେରାପି ରେଡିଏଶନ୍ ପାଇଁ ଏକାଧିକ ସେସନ୍ସ କରିବାକୁ ପଡ଼ୁଛି । ଯାହା ପାଇଁ ଶରୀର ସୁସ୍ଥ କୋଷୀକା ନଷ୍ଟ ହେଉଥିବାବେଳେ ବ୍ରେନ୍ କ୍ୟାନ୍ସର ହେବାର ଆଶଙ୍କା ରହିଛି । କିନ୍ତୁ ଫ୍ଲାସ୍ ରେଡିଓଥେରାପି ମାତ୍ର ଗୋଟିଏ ସେସନରେ ରୋଗୀକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିଦେବ ।
ବରଦାନ: ପୁରୁଣା ରେଡିଓଥେରାପି ତୁଳନାରେ ଫ୍ଲାସ୍ ରେଡିଓଥେରାପିରେ ୩୦୦ ଗୁଣା ଅଧିକ ରେଡିଏଶନ୍ ବାହାରିଥାଏ । ଏହା ଶରୀରର ଅନ୍ୟ ଅଙ୍ଗ କିମ୍ବା କୋଷିକାକୁ ପ୍ରଭାବିତ କରି ନ ଥାଏ । କେବଳ ପ୍ରଭାବିତ ସ୍ଥାନରେ ହିଁ ନିଜର କାର୍ଯ୍ୟକରେ । ଟ୍ୟୁମରରେ ଡେଭଲପ ହେଉଥିବା କ୍ୟାନ୍ସର ସେଲ୍ସକୁ ଚିହ୍ନି ତାକୁ ନଷ୍ଟ କରିବାକର କ୍ଷମତା ଏହି ପଦ୍ଧତି ନିକଟରେ ରହିଛି ।
ହୋଇଛି ସଫଳ: ପଶୁଠାରେ କରାଯାଇଥିବା ପରୀକ୍ଷଣରେ ଫ୍ଲାସ୍ ରେଡିଓଥେରାପିର କୌଣସି ପାଶ୍ୱର୍ପ୍ରତିକ୍ରିୟା ନ ଥିବା ଜଣାପଡ଼ିଛି । ଏଥିସହ ହ୍ୟୁମାନ ବଡ଼ିରେ ହୋଇଥିବା ମେଟାଷ୍ଟାଟିକ୍ କ୍ୟାନ୍ସର ଟ୍ରିଟମେଣ୍ଟରେ ମଧ୍ୟ ଏହାର ପ୍ରୟୋଗ କରାଯାଇଛି । ଯାହା ସଫଳ ହେବା ସହ ମଣିଷ ଶରୀର ପାଇଁ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି ।
କ୍ୟାନ୍ସର ଯୋଗୁ ଅନୁଭବ ହେଉଥିବା ଯନ୍ତ୍ରଣା କମାଇବାରେ ଫ୍ଲାସ୍ ରେଡିଓଥେରାପି ସାହାଯ୍ୟ କରିବ । ଏହି ଟ୍ରିଟମେଣ୍ଟର କୌଣସି ସାଇଡ୍ ଇଫେକ୍ଟ ନ ଥିବା ଷ୍ଟଡିର ମୁଖ୍ୟ ଇମିଲି ସି. ଡଟରି ୨୦୨୨ରେ ନିଜ ପ୍ରତିକ୍ରିୟାରେ କହିଥିଲେ । ଇମିଲି ୟୁନିଭର୍ସିଟଇ ଅଫ୍ ସିନସିନେଟ୍ କ୍ୟାନ୍ସର ସେଣ୍ଟରରେ କ୍ଲିନିକାଲ ରେଡିଏଶନ୍ ଅଙ୍କୋଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।
ଫ୍ଲାସ ରେଡିଓଥେରାପି ଅଲଟ୍ରା ହାଇଡୋଜ୍ ଦେବା କାରଣରୁ ଏହାର ପ୍ରୟୋଗରେ ସାଧାରଣ କୋଷଗୁଡ଼ିକ ନଷ୍ଟ ହୋଇ ନ ଥାଏ । ଯେଉଁ କାରଣରୁ କ୍ୟାନ୍ସର ସେଲ ନଷ୍ଟ ହେବାର ଚାନ୍ସ ବଢ଼ିଯାଏ ବୋଲି କହିଛନ୍ତି ଜନ୍ବ୍ରେନମାନ୍ ଫାଷ୍ଟ୍ରୋର ପ୍ରିନ୍ସିପାଲ ଇନଭେଷ୍ଟିଗେଟର । ୟୁନିଭର୍ସିଟି ଅଫ୍ ସିନସିନାଟି କ୍ୟାନ୍ସର ସେଣ୍ଟରର ରେଡିଓ ଅଙ୍କୋଲୋଜି ଏବଂ ନ୍ୟୁରୋସର୍ଜରୀ ପ୍ରଫେସର ଅଛନ୍ତିି ଜନ୍ ।
ଫ୍ଲାସ ରେଡିଓଥେରାପି କ୍ୟାନ୍ସର ରୋଗ ଭଲ କରିବାରେ ରାମବାଣ ଭଳି କାମ କରିବ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ହାଇ ମେଜର ଟେକନୋଲୋଜିର ଆବଶ୍ୟକତା ରହିଛି । ଯାହା ସାହାଯ୍ୟରେ ଫ୍ଲାସ୍ ଫୋଟୋନ୍ସ ତିଆରି ହୋଇପାରିବ ।