fbpx

ବଦଳିଲା ଓଡ଼ିଶାର ନବମ ଓ ଦଶମ ପରୀକ୍ଷା ଢାଞ୍ଚା, ଏପରି ଦିଆଯିବ ମାର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନବମ ଓ ଦଶମ ପରୀକ୍ଷା ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷ ପାଇଁ ଏହି ସର୍କୁଲାର ଲାଗୁ ହେବ । ସିବିଏସଇ ଢାଞ୍ଚାରେ ପରିଚାଳିତ ହେବ ପରୀକ୍ଷା । ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ । ୨ଟି ଟର୍ମରେ ଶିକ୍ଷାବର୍ଷ ବିଭକ୍ତ କରାଯାଇଛି ।

ତେବେ ସର୍କୁଲାର ଅନୁସାରେ, ଜୁଲାଇରୁ ନଭେମ୍ବର ପ୍ରଥମ ଟର୍ମ ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ମଧ୍ୟରେ ରହିଛି । ପ୍ରତି ଟର୍ମ ଭିତରେ ୨ଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ । ପ୍ରତି ଟର୍ମରେ ଛାତ୍ରଛାତ୍ରୀ ୫୦ ପ୍ରତିଶତ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ଇଣ୍ଟନାଲରେ ୨୦%+ ଟର୍ମ-୧ର ୩୦%+ଟର୍ମ-୨ର ୫୦%କୁ ମିଶାଇ ୧୦୦ ମାର୍କର ପରୀକ୍ଷା ।

ପ୍ରଥମ ପରୀକ୍ଷା ନଭେମ୍ବର ମାସରେ ହେବ ଓ ଫାଇନାଲ ପରିକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ । ଇଣ୍ଟରନାଲ ଆସେସମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ । ମାତ୍ର ୱେଟେଜ ଅନୁସାରେ, ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦% ମିଳିବ । ଟର୍ମ-୧ ୱେଟେଜ ୩୦% ଓ ଟର୍ମ-୨ ୱେଟେଜ ୫୦% ଗ୍ରହଣ କରାଯିବ ।

ଉଭୟ ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଏହା ଲାଗୁ ହେବ । ବୋର୍ଡ ପୋର୍ଟାଲରେ ଏହି ନମ୍ବର ଅପଲୋଡ କରାଯିବ । ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ ।

ତେବେ ନବମ ଓ ଦଶମ ପାଠ୍ୟକ୍ରମ ବେଳେ ୪ଟି ଛୋଟ ପରୀକ୍ଷା ଓ ୨ଟି ବଡ଼ ପରୀକ୍ଷା ରହିବ । ଯଦି ମହାମରୀ ଆସେ, ତେବେ ପରୀକ୍ଷାର୍ଥୀ ଘରେ ବସି ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷା ବାତିଲ ହେଲେ ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ମାର୍କ ମିଳିବ । ଶିକ୍ଷାବିତଙ୍କଠାରୁ ବିଚାର ବିମର୍ଶ ପରେ ବୋର୍ଡ ପକ୍ଷରୁ ଏହି ସ୍କିମ ଅଫ୍ ଆସେସମେଣ୍ଟ ବ୍ୟବସ୍ଥା ହୋଇଛି । ଏନେଇ ବୋର୍ଡ ସଭାବତି ନିହାର ରଞ୍ଜନ ମହାନ୍ତି ଆଜି ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.