fbpx

(Video) ‘ଦିଲ୍ଲୀ କ୍ୟାପିଟାଲ୍ସ’ ଅକ୍ସନ ଟେବୁଲରେ ନୂଆ ଚେହେରା: ଚିହ୍ନନ୍ତୁ କିଏ ଏହି ସୁପରଷ୍ଟାର…

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ ପାଇଁ ଦୁବାଇରେ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ଅନେକ ଇତିହାସକୁ ପଛରେ ପକାଇ ନୂଆ ଇତିହାସ ଲେଖିଛି ଏହି ସିଜନର ଅକ୍ସନ ସେରିମନୀ । ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ଭାବରେ ୨୪.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତେବେ ଏହି ଅକ୍ସନରେ ଆଉ ଜଣେ ବ୍ୟକ୍ତି ସମସ୍ତଙ୍କ ନଜରରେ ରହି ଯାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସନ ଟେବୁଲରେ ଏହି ବ୍ୟକ୍ତି ଜଣକ ବସି ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ତେବେ ଥରେ ଚିହ୍ନନ୍ତୁ କିଏ ଏହି ସୁପରଷ୍ଟାର…

ଆଇପିଏଲ-୨୦୨୪ ପାଇଁ ଅକ୍ସନ ଦୁବାଇରେ ହେଉଥିବା ବେଳେ ଏଠାରେ ପହଞ୍ଚିଛନ୍ତି ଦଳର ଅଧିନାୟକ ଋଷଭ ପନ୍ତ । ଗତ ସିଜନରେ ଆହତ ସମସ୍ୟା ଯୋଗୁଁ ଋଷଭ ଦଳରୁ ବାଦ୍ ପଡ଼ିଥିଲେ । ତେଣୁ ଡାଭିଡ ୱାର୍ଣ୍ଣରଙ୍କୁ ଦଳର ନେତୃତ୍ୱ ମିଳିଥିଲା । କିନ୍ତୁ ଆସନ୍ତା ସିଜନରେ ପନ୍ତ କମବ୍ୟାକ କରି ଦଳର ନେତୃତ୍ୱ ନେବେ ବୋଲି ଫ୍ରାଞ୍ଚାଇଜି ସ୍ପଷ୍ଟ କରିଛି । ଏହାବ୍ୟତୀତ ପନ୍ତ ମଧ୍ୟ ଅକ୍ସନରୁ ଦଳ ସହ ସାମିଲ ହୋଇ ସାରିଛନ୍ତି । ଆଜି ଅକ୍ସନ ଟେବୁଲରେ ସୌରଭ ଗାଙ୍ଗୁଲି, ରିକି ପଣ୍ଟିଂ ଏବଂ ଅନ୍ୟ ସଦସ୍ୟଙ୍କ ସହ ଋଷଭ ପନ୍ତ ଅକ୍ସନରେ ଭାଗ ନେଇଛନ୍ତି । ଏହା ସହିତ ଋଷଭ ଖେଳାଳିଙ୍କ ପାଇଁ ନିଲାମ ପ୍ରକ୍ରିୟାରେ ନିଲାମ ଡାକୁତିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଚଳିତବର୍ଷ ଆଇପିଏଲ ଅକ୍ସନରେ ଭାଗ ନେବା ସହିତ ଏକ ବଡ଼ ରେକର୍ଡ ରଚିଛନ୍ତି ଋଷଭ ପନ୍ତ । ବର୍ତ୍ତମାନ ପର୍ଯ୍ୟନ୍ତଆଇପିଏଲ ଇତିହାସର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ଏହି ରେକର୍ଡ ନିଜ ନାମରେ କରି ପାରି ନାହାନ୍ତି । ଯାହାକୁ ଶିଷ୍ୟ ଋଷଭ ପନ୍ତ କରି ଦେଖାଇଛନ୍ତି । ଅଧିନାୟକ ଦାୟିତ୍ୱରେ ଥାଇ ମଧ୍ୟ ଅକ୍ସନରେ ସାମିଲ ହେବାରେ ପ୍ରଥମ କ୍ୟାପଟେନ୍ ପାଲଟିଛନ୍ତି ଋଷଭ ପନ୍ତ । ତାଙ୍କ ପୂର୍ବରୁ କୌଣସି ଦଳର ଅଧିନାୟକ ଅକ୍ସନରେ ଭାଗ ନେଇନାହାନ୍ତି । ତେବେ ଆସନ୍ତା ଆଇପିଏଲରେ ଋଷଭ ପୁଣିଥରେ ଅଧିନାୟକ ଭାବରେ କମବ୍ୟାକ କରିବେ ବୋଲି ଆଶା କରିଛନ୍ତି ଫ୍ୟାନ୍ସ ।

Get real time updates directly on you device, subscribe now.