fbpx

ଟ୍ୱିନ୍ ସିଟିରେ ବାହାଘର ପ୍ରୋସେସନ୍ ମନା: ଜାଣନ୍ତୁ ବିବାହରେ କେତେ ଓ ଅନ୍ତ୍ୟେଷ୍ଟିରେ କେତେ ଯୋଗଦେବେ

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର): ରାଜଧାନୀରେ କରୋନାର ସଂକ୍ରମଣ ବୃଦ୍ଧିକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଟ୍ୱିଟ୍ ସିଟିରେ ବିବାହ ପ୍ରୋସେସନକୁ ଅନୁମତି ମିଳିବ ନାହିଁ । ବିବାହରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଯୋଗଦେଇ ପାରିବେ ବୋଲି କୁହାଯାଇଛି । ଉଭୟ କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ଜରୁରୀ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଟ୍ୱିନ୍ ସିଟିରେ ବାହାଘର ସମୟରେ ବରକନ୍ୟା, ବନ୍ଧୁବାନ୍ଧବ, ପୂଜାରୀ, ଅତିଥିଙ୍କୁ ମିଶାଇ ମୋଟ ୫୦ ଜଣ ଯୋଗଦେବେ । ଖାଇବା ସମୟ ବାଦ୍ ଅନ୍ୟ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୬୫ରୁ ବର୍ଷରୁ ଅଧିକ ବୟସ୍କ, ୧୦ ବର୍ଷର କମ ଶିଶୁ, ଗର୍ଭବତୀ ଓ ରୋଗୀମାନଙ୍କ ଉପରେ କଟକଣା ରହିବ । କେହି ପାନ, ଗୁଟଖା ଆଦି ଖାଇପାରିବେ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.