ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ବିମାନରେ ଲଗେଜ୍ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ୍) ର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ବିମାନ ଯାତ୍ରୀମାନଙ୍କୁ ବିମାନ ଭିତରେ କେବଳ ଗୋଟିଏ ହ୍ୟାଣ୍ଡ ବ୍ୟାଗ କିମ୍ବା କ୍ୟାବିନ ବ୍ୟାଗ ନେବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ଏହାର ଓଜନ 7 କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।BCAS ର ନୂତନ ନିୟମ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପାଇଁ ଏହି ନିୟମ ପ୍ରଯୁଜ୍ୟ ଅଟେ । ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ବିମାନବନ୍ଦର ସୁରକ୍ଷା ପାଇଁ ନିୟୋଜିତ ବିସିଏସ ଏବଂ ସିଏସ୍ଏଫ୍ ବର୍ତ୍ତମାନ ନିୟମକୁ କଡାକଡି କରିଛି। ହ୍ୟାଣ୍ଡ ବ୍ୟାଗ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଗକୁ କଡା ଯାଞ୍ଚ କରାଯିବ ବୋଲି କୁହାଯାଇଛି ।
BCAS ଏବଂ ବିମାନବନ୍ଦର ସୁରକ୍ଷା ପାଇଁ ନିୟୋଜିତ CISF ବର୍ତ୍ତମାନ ନିୟମକୁ କଡାକଡି କରାଯାଇଛି । କଠୋରତା ହେତୁ ବର୍ତ୍ତମାନ ରିଲାଏନ୍ସ ମଧ୍ୟ ଏହାର ନିୟମ ପରିବର୍ତ୍ତନ କରିଛି । ଏୟାର ଇଣ୍ଡିଆ ଅନୁଯାୟୀ, ପ୍ରିମିୟମ ଇକୋନୋମି ଏବଂ ଇକୋନୋମି ଶ୍ରେଣୀର ଯାତ୍ରୀମାନଙ୍କୁ ସର୍ବାଧିକ 7 କିଲୋଗ୍ରାମ ପର୍ଯ୍ୟନ୍ତ ବ୍ୟାଗ ବହନ କରିବାକୁ ଅନୁମତି ଦିଆଯାଇଥିବାବେଳେ ବିଜନେସ କିମ୍ବା ଫାଷ୍ଟ କ୍ଲାସ ଯାତ୍ରୀଙ୍କ ପାଇଁ ସୀମା 10 କିଲୋଗ୍ରାମରେ ରଖାଯାଇଛି। ଏୟାର ଇଣ୍ଡିଆର ନିୟମ ଅନିୁସାରେ, ବ୍ୟାଗେଜ୍ ଆକାର 40 CM (ଲମ୍ବ), 20 CM (ମୋଟେଇ) ଏବଂ 55 CM (ଉଚ୍ଚତା) ରୁ ଅଧିକ ହେବା ଉଚିତ୍ ନୁହେଁ । ହ୍ୟାଣ୍ଡ ବ୍ୟାଗ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଗକୁ ଯାଞ୍ଚ କରିବାକୁ ପଡିବ । ଇଣ୍ଡିଗୋ ଏୟାରଲାଇନ୍ସ ଏହାର ହ୍ୟାଣ୍ଡ ବ୍ୟାଗେଜ ନିୟମକୁ ମଧ୍ୟ ପ୍ରକାଶ କରାଯାଇଛି । ଇଣ୍ଡିଗୋ ଯାତ୍ରୀମାନେ ଗୋଟିଏ କ୍ୟାବିନ ବ୍ୟାଗ ନେଇପାରିବେ । ବ୍ୟାଗର ଆକାର 115 ସେମିରୁ ଅଧିକ ଏବଂ ଓଜନ 7 କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ ।