fbpx

ଜାରି ହେଲା ମଦ ପାଇଁ ନୂଆ ନିୟମ, ଘରୋଇ ଖୁଚୁରା ବିକେତ୍ରାଙ୍କୁ ମଧ୍ୟ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୋମବାର ଦିନ ସରକାର ନୂଆ ମଦ ନିୟମକୁ ଜାରି କରିଛନ୍ତି। ମଦର ନୂଆ ପଲିସି ଅନୁଯାୟୀ, ସରକାର ଘରୋଇ ଖୁଚୁରା ବିକ୍ରେତାମାନଙ୍କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ହରିୟାଣା ସମେତ ଅନେକ ରାଜ୍ୟମାନଙ୍କରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଆନ୍ଧ୍ରପ୍ରଦେଶ ସରକାର ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ପରିଚାଳିତ ସରକାର ଏହି ମଦକୁ ଖୁଚୁରା ବିକ୍ରି କରିବାର ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୂଆ ମଦ ନୀତିର ସାହାଯ୍ୟରେ ହାହାରି ୫ ହଜାର ୫୦୦ କୋଟି ଟଙ୍କାର ରୋଜଗାରର ଆଶା ରହିଛି। ଅନ୍ୟ ରାଜ୍ୟମାନଙ୍କରେ ଜାରି ହୋଇଥିବା ନୀତି ଆଧାରରରେ ଆନ୍ଧ୍ରପ୍ରଦେଶରେ ନୂଆ ମଦ ନୀତିରେ ଅନେକ ବଡ଼ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏଥିରେ ସରକାରଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ରୋଜଗାର ହେବ ବୋଲି ଆଶା ରହିଛି।

Get real time updates directly on you device, subscribe now.