fbpx

ଏଇଟା କାର କି ବାଇକ୍ ଆପଣ ଜମାରୁ ଜାଣିପାରିବେ ନାହିଁ, ଟେଷ୍ଟ କଲା ପରେ ହିଁ ଜଣାପଡ଼ିବ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନୂଆ ନୂଆ ଫିଚର୍ସର ବାଇକ କିଣିବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିପାଇଁ ସେମାନେ ଇଣ୍ଟରନେଟରେ ବିଭିନ୍ନ କମ୍ପାନୀର ମଡେଲ ସବୁ ସର୍ଚ୍ଚ କରିଥାନ୍ତି । ତେବେ ନିକଟରେ ଏପରି ଏକ ମଡେଲ ଆପଣଙ୍କୁ ପାଖକୁ ଆସିଛି, ଯାହାକୁ ଦେଖିବା ପରେ ତାହା ବାଇକ୍ ନା କାର୍ ଆପଣ ଭ୍ରମରେ ପଡ଼ିବେ । ଏଥିରେ ମ୍ୟୁଜିକ ସିଷ୍ଟମ, ୱିଣ୍ଡ ସ୍କ୍ରିନ ଓ ଛତ ମଧ୍ୟ ରହିଛି । ଏହି ମଡେଲର ନାମ ରହିଛି ଆଡିଭା ଏଡି ୨୦୦ ।

ତେବେ ଯେ କୌଣସି ଗାଡ଼ି ଟୁହ୍ୱିଲର ହେଉକି ଫୋର ହ୍ୱିଲର ହେଉ ସର୍ବପ୍ରଥମେ ଏହାର ଇଞ୍ଜିନ ଉପରେ ଚର୍ଚ୍ଚା ହିଁ ହୋଇଥାଏ । ଆଡିଭା ଏଡି ୨୦୦ରେ ୧୭୧ସିସି ସିଙ୍ଗଲ ସିଲିଣ୍ଡର ୪-ଷ୍ଟ୍ରୋକ ଇଞ୍ଜିନ ଉପଲବ୍ଧ ରହିଛି, ଯାହାକି ୧୫.୮ଏଚପି ପାୱାର ଓ ୧୫.୩ ଏନଏମର ପୀକ ଟ୍ୟାଙ୍କ ଜେନେରାଟ କରିଥାଏ । ଏହା ଲିକ୍ୱିଡ ଇଞ୍ଜିନ ଫ୍ରି ହୋଇଥିବା ବେଳେ ଓଜନର ରହିଛି ୧୭୨ କେଜି ।

ଏହି ଟୁହ୍ୱିଲର ପାଇଁ କମ୍ପାନୀ ପକ୍ଷରୁ ଛତା ଦିଆଯାଇଛି, ଯାହାକି ପଛ ଡିକିରେ ଫୋଲ୍ଡ ହୋଇ ରହିଥାଏ । କାର ସମକକ୍ଷ ଏହି ବାଇକରେ ପଛପଟେ ବସିବା ପାଇଁ କ୍ୟାପ୍ଟେନ ସିଟ ମିଳିଥାଏ ଯେଉଁଥିରେ ହେଡରେଷ୍ଟ ଓ ଆର୍ମ ରେଷ୍ଟ ମଧ୍ୟ ରହିଥାଏ । ଏଥିରେ କାର ପରି ସିଗାରେଟ ଲାଇଟର, ୱିଣ୍ଡ ସ୍କ୍ରିନ ଓ ତାକୁ ସଫା କରିବା ପାଇଁ ଭାଇପର ରହିଥାଏ । ଏହି ବାଇକ ଇଣ୍ଡିଆନ ମାର୍କେଟରେ ମିଳୁନାହିଁ, ତେଣୁ ଆପଣଙ୍କୁ ଏହାକୁ ଆମଦାନୀ କରିବାକୁ ପଡ଼ିବ । ୟୁରୋପ ଓ ଜାପାନ ଅଟୋ ମାର୍କେଟରେ ଏହି ମଡେଲ ବହୁତ ପପୁଲାର ।

Get real time updates directly on you device, subscribe now.