fbpx

ଏଣିକି ଆଉ ଖସି ପାରିବେନି ବ୍ୟାଙ୍କ ଓ NBFC: RBI ଆଣିଲା ନୂଆ ଲୋକପାଳ ସ୍କିମ୍, ଜାଣନ୍ତୁ ଅଭିଯୋଗ କରିବାର ପ୍ରୋସେସ୍

ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ ବ୍ୟାଙ୍କ, ପେମେଣ୍ଟ ସର୍ଭିସ୍ ଅପରେଟର ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି) ଭଳି ସଂସ୍ଥାଙ୍କ ବିରୋଧରେ ସହଜରେ ଅଭିଯୋଗ କରିପାରିବେ । ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଲୋକପାଳ (ଓମ୍ବଡସମ୍ୟାନ୍) ସ୍କିମ୍ ଅଣାଯାଇଛି । ‘ୱାନ୍ ନେସନ୍ ୱାନ୍ ଓମ୍ବଡସମ୍ୟାନ’ ସ୍କିମ୍ ମାଧ୍ୟମରେ ଗ୍ରାହକମାନେ ନିଜ ନିଜର ସମସ୍ତ ଅଭିଯୋଗ ଦାଖଲ କରିପାରିବେ । ତେଣୁ ପୂର୍ବ ପରି ଗ୍ରାହକମାନେ ଆଉ ଅଯଥାରେ ହଇରାଣ ହରକତ ହେବେ ନାହିଁ ।

୧- ପ୍ରଥମେ cms.rbi.org.in ରେ ଲଗ୍ ଇନ୍ କରିବା ପରେ ହୋମପେଜରେ ‘File a Complaint’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ମୋବାଇଲ ନମ୍ବର ଭାଲିଟିଡି ପାଇଁ କାପଚାକୁ ଭେରିବାକୁ କରିବାକୁ ହେବ ।

୨- ଏହାପରେ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରାଯିବ ଓ ଯେଉଁ ସଂସ୍ଥା ବିରୋଧରେ ଅଭିଯୋଗ ଦାଖଲ କରିବାକୁ ହେବ ତାହା ଚୟନ କରିବେ । ଅଭିଯୋଗର ବିବରଣୀ ଦେଇସାରିବା ପରେ ତା’ର ଏକ ନକଲ ଆଟାଚ୍ କରିବାକୁ ପଡ଼ିବ ।

୩- ଅଭିଯୋଗ ଦାଖଲ ପାଇଁ କାର୍ଡ ନମ୍ବର, ଲୋନ୍ ଅଥବା ଡିପୋଜିଟ୍ ଆକାଉଣ୍ଟ ବିବରଣୀ ପ୍ରଦାନ କରିବାକୁ ପଡ଼ିବ । ଉପଲବ୍ଧ ଥିବା ଡ୍ରପ-ଡାଉନ ମେନୁରୁ complaint ଶ୍ରେଣୀ ଚୟନ କରିବେ । (ଉଦାହରଣ- ଲୋନ୍ ଓ ଆଡଭାନ୍ସ ଅଥବା ମୋବାଇଲ ବ୍ୟାଙ୍କିଂ)

୪- ଏବେ ଉପଲବ୍ଧ ବିକଳ୍ପ ଅପ୍ପନରୁ ଅଭିଯୋଗର ଉପଶ୍ରେଣୀ (ସବକ୍ୟାଟେଗୋରୀ) ଚୟନ କରିବେ । ଅଭିଯୋଗର ତଥ୍ୟଭିତ୍ତିକ ବିବରଣୀ ସହିତ ବିବାଦରେ ଥିବା ଜମାରାଶି ଓ କ୍ଷତିପୂରଣ ତଥ୍ୟ ପ୍ରଦାନ କରିବେ ।

୫- ଶେଷରେ ଅଭିଯୋଗ ଦାଖଲ ପୂର୍ବରୁ ଏଗୁଡ଼ିକୁ ଭଲ ଭାବେ ଚେକ୍ କରିନେବେ । ଭବିଷ୍ୟତର ବ୍ୟବହାର ଓ ରେକର୍ଡ ପାଇଁ ଏକ ନକଲ ସେଭ୍ କରିଦେବେ ।

Get real time updates directly on you device, subscribe now.