fbpx

ପୁଣି ଆସିଲା ହ୍ୱାଟସଆପର ପ୍ରାଇଭେସି ପଲିସି: ମେ ୧୫ ସୁଦ୍ଧା ୟୁଜର କରିବେ ଗ୍ରହଣ

ନୂଆଦିଲ୍ଲୀ, ୧୯ା୨: ସୋସିଆଲ ମେଡ଼ିଆ ଚାଟିଂ ଆପ୍ ହ୍ୱାଟସଆପ ପୁଣି ଥରେ ବିବାଦୀୟ ପ୍ରାଇଭେସି ପଲିସି ଜାରି କରିଛି । ତେବେ ଏହି ପଲିସି ବିଜିନେସ୍ ଆକାଉଣ୍ଟ ପାଇଁ ଜାରି କରାଯାଇଛି । ଆସନ୍ତା ମେ ମାସ ୧୫ ତାରିଖ ସୁଦ୍ଧା ୟୁଜରମାନେ ଏହି ପଲିସି ଗ୍ରହଣ କରିବାକୁ ପଡ଼ିବ ।

ହ୍ୱାଟସଆପର ସେବାରେ ସର୍ତ୍ତ ଓ ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ ବିଜିନେସ୍ ୟୁଜରମାନଙ୍କର ଲୋକେସନ୍ ଓ କଣ୍ଟାକ୍ଟ ଲିଷ୍ଟ ନେଇପାରିବ ବୋଲି ନୂଆ କରି ଲାଗୁ ହୋଇଥିବା ନିୟମରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୫ ତାରିଖରେ ହ୍ୱାଟସଆପ ପକ୍ଷରୁ ପ୍ରାଇଭେସି ପଲିସି ଜାରି କରାଯାଇଥିଲା । ସେତେବେଳେ ୟୁଜରଙ୍କୁ ଏହି ନିୟମ ଗ୍ରହଣ କରିବା ବାଧ୍ୟତାମୂଳକ କରାଯାଇଥିଲା । ନ ମାନିଲେ ହ୍ୱାଟସଆପ ଚଳାଇପାରିବେ ନାହିଁ ବୋଲି କୁହାଯାଇଥିଲା । ତେବେ ନିୟମ ଦ୍ୱାରା ୟୁଜରଙ୍କର ଚାର୍ଟ ପ୍ରାଇଭେସି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ମେସେଜ ଓ କଲର କୌଣସି ରେକର୍ଡ ରଖାଯାଏ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.