ଭୁବନେଶ୍ୱର: ବଦଳି ଆବେଦନ କରିଥିବା ଶିକ୍ଷକଙ୍କ ପାଇଁ କଡ଼ା ନିୟମ । ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ବଦଳି ପାଇଁ ଆବେଦନ କରିଥିବା ଶିକ୍ଷକଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା ।
ଶିକ୍ଷକମାନେ ମିଛ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହି ବଦଳି କରୁଥିବାବେଳେ ଏ ବ୍ୟତିକ୍ରମ ରୋକିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର ।
ଏଣିକି ଯେଉଁ ଶିକ୍ଷକ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ବଦଳିପାଇଁ ଆବେଦନ କରିବେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ବିଭାଗ ପକ୍ଷରୁ ସୂଚନା ଜାରି ।