fbpx

ଅନଲାଇନ ଗେମିଂ ପାଇଁ କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଅନଲାଇନ ଗେମିଂକୁ ରେଗୁଲେଟ କରିବାକୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯେଉଁ ଗେମଗୁଡ଼ିକରେ ଅର୍ଥ ସାମିଲ ରହିଥିବ, ସେସବୁ ଗେମକୁ ଏଥିରେ କଭର କରାଯିବ । ଏହା ପୂର୍ବରୁ କେବଳ ସ୍କିଲଧାରୀ ଗେମ୍ସକୁ ରେଗୁଲେଟ କରିବା ନେଇ ପ୍ରସ୍ତାବ ଆସିଥିଲା । ନୂଆ ନିୟମ ଲାଗୁ ନେଇ ଦୀର୍ଘସମୟ ଧରି ଅପେକ୍ଷା କରାଯାଇଛି । ଭାରତରେ ଗେମିଂ ସେକ୍ଟରର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିୟମ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।

ଏକ ରିସର୍ଚ୍ଚ କମ୍ପାନୀର ରିପୋର୍ଟ ମୁତାବକ, ଆସନ୍ତା ୨୦୨୬ ସୁଦ୍ଧା ଭାରତର ଗେମିଂ ସେକ୍ଟର ୭ ଅରବ ଡଲାରରେ ପହଞ୍ଚିଯିବ । ଏଥିରେ ରିୟଲ ମନି ଯୁକ୍ତ ଗେମ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ନିକଟରେ ଟାଇଗର ଗ୍ଲୋବାଲ ଓ ସେକ୍ୟୁଓୟା କ୍ୟାପିଟାଲ ଭାରତୀୟ ଷ୍ଟାଟଅପ ଡ୍ରୀମ ୧୧ ଓ ଫାଣ୍ଟାସି କ୍ରିକେଟ ପାଇଁ ପ୍ରସିଦ୍ଧ ମୋବାଇଲ ପ୍ରିମିୟର ଲିଗ୍କୁ ସମର୍ଥନ କରିଛନ୍ତି ।

ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାର ରେଗୁଲେସନ ପାଇଁ ଏକ ପ୍ୟାନେଲକୁ ଦାୟିତ୍ୱ ଦେଇଥିଲେ । କୌଣସି ଗେମ୍ସ ସ୍କିଲରେ ସାମିଲ ରହିଛି କି ନାହିଁ ତାହା ସ୍ଥିର କରିବା ପାଇଁ ଏକ ସମିତିର ଗଠନ କରିବା ଆବଶ୍ୟକ । ସ୍କିଲ ଗେମ୍ସ ପାଇଁ ନୂଆ ନିୟମ ଲାଗୁ ହେବା ଦରକାର । ଉକ୍ତ ନିୟମଗୁଡ଼ିକୁ ପଞ୍ଜିକୃତ କରାଯିବା ସହ ନୋ ୟାର କଷ୍ଟମରଙ୍କ ସର୍ତ୍ତ ଓ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ଉକ୍ତ ପ୍ୟାନେଲ ପ୍ରସ୍ତାବ ଦେଇଥିଲା ।

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଓ ଇଣ୍ଟରନେଟର ବୃଦ୍ଧି ଯୋଗୁଁ ଅନଲାଇନ ଗେମିଂର କ୍ରେଜ୍ ବଢ଼ିବାରେ ଲାଗିଛି । କୋଭିଡ୍ ସମୟରେ ଏହି ଗେମ୍ସର ୟୁଜର୍ସଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧି ପାଇଥିଲା । ୨୦୨୪-୨୫ରେ ଦେଶରେ ଅନଲାଇନ୍ ଗେମିଂ ସେକ୍ଟର ୨୯ ହଜାର କୋଟିରେ ପହଞ୍ଚିଯିବ, ଯାହାକି ୨୦୨୧ରେ ମାତ୍ର ୧୩,୬୦୦ କୋଟି ରହିଥିଲା । ଟ୍ୟାକ୍ସ ଦର ବଢ଼ିବା ପରେ ସରକାର ଏହି କ୍ଷେତ୍ରରୁ ଅଧିକ ପ୍ରଫିଟ ହାସଲ କରିବେ ।

Get real time updates directly on you device, subscribe now.