fbpx

ଜଗା ଦର୍ଶନ ପାଇଁ ଲାଗୁ ହେଲା ନୂଆ ଏସଓପି, ଜାଣନ୍ତୁ କ’ଣ?

ପୁରୀ,୧୯ ।୪(ଓଡିଶା ଭାସ୍କର): ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ନେଇ ନୂଆ ଏସଓପି ଜାରି ହୋଇଛି । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । ବାହାର ରାଜ୍ୟର ଭକ୍ତମାନେ ଆରଟି-ପିସିଆର ରିପୋର୍ଟ ଦେଖାଇ ମନ୍ଦିରକୁ ଯାଉଛନ୍ତି । ଏହା ସହ ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ରାଜ୍ୟବାସୀ । ୪ଟି କିଓସ୍କି କାଉଣ୍ଟରରେ ଯାଞ୍ଚ ପ୍ରକ୍ରିୟା ଜୋରସୋରରେ ଚାଲିଛି । ୩ଟି କାଉଣ୍ଟରରେ ରାଜ୍ୟବାସୀଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଛି । ଅନ୍ୟ କାଉଣ୍ଟରରେ ବାହାରର ଭକ୍ତଙ୍କ କୋଭିଡ ରିପୋର୍ଟ ଯାଞ୍ଚ ଚାଲିଛି ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକାଠ ବଦଳରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନାହିଁ । ଏହାସହ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.