fbpx

ନିଅଣ୍ଟିଆ ବର୍ଷା ପାଇଁ ଆସିଲା ନୂଆ ରଣନୀତି, ଜାଣନ୍ତୁ କୃଷକଙ୍କ ପାଇଁ କ’ଣ ରହିଛି ସୁବିଧା

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମରୁଡି ସ୍ଥିତି ବା ନିଅଣ୍ଟିଆ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏସଆରସିସ, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ ଅଧିକାରୀ ସାମିଲ ହୋଇଥିଲେ । ବୈଠକ ପରେ କୃଷି ସଚିବ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ୧୫ ଜିଲ୍ଲାର ୩୦ଟି ବ୍ଲକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଠି କମ୍ ବର୍ଷା ହୋଇଛି, ସେଠାରେ ଉଠା ଜଳସେଚନ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ । ପ୍ରତି ପାଣି ପଞ୍ଚାୟତରେ ଜଳସମ୍ପଦକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ଓ ଅନ୍ୟାନ୍ୟ ସୁବିଧାକୁ ଆହୁରି ସକ୍ରିୟ କରାଯିବ ।’

କୃଷି ଶମିକମାନଙ୍କୁ ମଧ୍ୟ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Get real time updates directly on you device, subscribe now.