fbpx

କରୋନାର ନୂଆ ସ୍ୱରୂପ, ଚିନ୍ତାଜନକ ହୋଇପାରେ ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଦିନକୁ ଦିନ ନିଜର ସ୍ୱରୂପ ବଦଳାଇବାରେ ଲାଗିଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଚିନ୍ତା ପ୍ରକଟ କରିଛନ୍ତି । ତେବେ କରୋନା ପ୍ରଥମ ଲହର ଭୟାନକ ଥିବା ବେଳେ ଦ୍ୱିତୀୟ ଲହର ତାଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି । ଇତି ମଧ୍ୟରେ ଏକ ରିପୋର୍ଟରେ ବିଶେଷଜ୍ଞ ମାନେ ଖୁଲାସା କରିଛନ୍ତି ଯେ, ଭାରତରେ କୋଭିଡ୍-୧୯ ଭାଇରସ୍ ର ଡେଲଟା ଭାରିଆଣ୍ଟ ଯାହାକୁ ବି୧.୬୧୭.୨ ମଧ୍ୟ କୁହାଯାଏ, ତାହା ଏବେ ଦ୍ରୁତ ଗତିରେ ଲୋକମାନଙ୍କ ମଧ୍ୟରେ ବ୍ୟାପୁଥିବା ବେଳେ ଏବେ ତାର ଆଉ ଏକ ସ୍ୱରୂପ ନିକଟ ଭବିଷ୍ୟତରେ ଭୟଙ୍କର ରୂପ ନେବାକୁ ଯାଉଛି । କାରଣ ଡେଲଟା ଭାରିଆଣ୍ଟ ନିଜର ସ୍ୱରୂପ ବଦଳାଇଛି । ଯାହାକୁ ବର୍ତ୍ତମାନ ଡେଲଟା ପ୍ଲସ୍ ଭାରିଆଣ୍ଟ ବୋଲି କୁହାଯାଉଛି । ଆଉ ଏହି ନୁତନ ଭାରିଆଣ୍ଟ ଉପରେ କରୋନା ପାଇଁ ଦିଆଯାଉଥିବା ମୋନୋକ୍ଲୋନଲ୍ ଆଣ୍ଟିବଡିସ୍ କକଟେଲ୍ ମଧ୍ୟ କାମ କରିବନି ।

ବିଟ୍ରେନ୍ ର ସ୍ୱାସ୍ଥ୍ୟ ସମ୍ପର୍କିତ ସଂସ୍ଥା ପବ୍ଲିକ୍ ହେଲଥ୍ ଇଂଲଣ୍ଡର ଏକ ରିପୋର୍ଟ ଅନୁସାରେ, ଡେଲଟା ଭାରିଆଣ୍ଟର ୬୩ ଜିନୋମ୍, ନୁତନ କେ୪୧୭ଏନ୍ ମ୍ୟୁଟେସନ୍ ସହିତ ସାମନାକୁ ଆସିଛି । ତେବେ ଏହି ସଂସ୍ଥା ପକ୍ଷରୁ ଯେତେବେଳେ ଡେଲଟା ଭାରିଆଣ୍ଟ ବଦଳୁଥିବା ସ୍ୱରୂପ ଉପରେ ରିସର୍ଚ୍ଚ କରାଯାଉଥିଲା ସେତେବେଳେ ଏହି ନୁତନ ପ୍ରଜାତି ସାମନାକୁ ଆସିଥିଲା । ତେବେ ଜୁନ୍ ୭ ତାରିଖ ସୁଦ୍ଧା ଡେଲଟା ପ୍ଲସ୍ ଭାରିଆଣ୍ଟର ୬ଟି କେସ୍ ସାମନାକୁ ଆସିଛି ।

Get real time updates directly on you device, subscribe now.