fbpx

ଆନ୍ଧ୍ରର ବଡ ଷଡଯନ୍ତ୍ରର ଖୁଲାସା,୩ଟି ଗାଁର ନାମ ବଦଳାଇ ନିର୍ବାଚନ କରିବାକୁ ପ୍ରସ୍ତୁତି

କୋରାପୁଟ,୩ ।୨ :ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ରର ଖୁଲାସା ହୋଇଛି । କୋଟିଆ ଅଞ୍ଚଳରେ ୩ଟି ଗାଁର ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ନିର୍ବାଚନ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ତଳଗଂଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ନାଁ ବଦଳାଈଛି ଆନ୍ଧ୍ର । ଏହି ସବୁ ଗାଁ ର ନାମ ବଦଳାଇ ନୂଆ ନାଁ ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ ଦେଇଛି ଆନ୍ଧ୍ର । ଗାଁର ନାଁ ବଦଳାଇବା ସହ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛି ଆନ୍ଧ୍ର ।

Get real time updates directly on you device, subscribe now.