ଭୁବନେଶ୍ୱର: ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ର୍ରିୟା ପ୍ରଣାଳୀରେ ଧରାପଡ଼ିବ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟରେ ଥିବା ୨୨ ଟୋଲଗେଟ୍ରେ ଏହା କାର୍ଯ୍ୟକାରୀ ହେବ ।
ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଲଂଘନକାରୀଙ୍କୁ ୨ ହଜାର କରିମାନା କିମ୍ବା ୩ ମାସର ଜେଲଦଣ୍ଡ ହୋଇପାରେ ।
ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସର ଜେଲ । ଉଭୟ ଦଣ୍ଡ ମିଳିବାର ପ୍ରାବଧାନ ମଧ୍ୟ ସ୍ଥିର କରାଯାଇଛି ।