fbpx

(Video) ‘କମଲି କମଲି…’ର ନୂଆ Version… ହଷ୍ଟେଲ ଭିତରେ Sexy Dance କଲେ ଦୁଇ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ-ଗଜବ କାରନାମା ଅନେକ ସମୟରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଅନେକ ସମୟରେ ଯୁବତୀମାନଙ୍କ ଡାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପି ଯାଇଥାଏ । କିନ୍ତୁ ବର୍ତ୍ତମାନ ଏକ ଗାର୍ଲସ ହଷ୍ଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବଲିଉଡ ନାୟିକା କ୍ୟାଟ୍ରିନା କୈଫଙ୍କ ହିଟ୍ ଗୀତ ‘କମଲି କମଲି’ ଗୀତରେ ଜବରଦସ୍ତ ଡାନ୍ସ କରିଛନ୍ତି ୨ ଜଣ ଯୁବତୀ । ହଷ୍ଟେଲ ଭିତରେ ସାଙ୍ଗସାଥୀଙ୍କ ମେଳରେ ଏଭଳି ମତୁଆଲା ଡାନ୍ସର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ଯୁବତୀଙ୍କ ଏହି ‘ହଟ୍ ଡାନ୍ସ’ ଏବେ ସମସ୍ତଙ୍କୁ ଦିୱାନା କରିଦେଇଛି । ଯୁବତୀଙ୍କ ଏହି ଡାନ୍ସ କ୍ୟାଟ୍ରିନାଙ୍କ ‘କମଲି କମଲି’ନୂଆ ଭର୍ସନ ବୋଲି କହିଛନ୍ତି ସୋସିଆଲ ମିଡିଆ ୟୁଜର ।

ହଷ୍ଟେଲ କଥା ଚିନ୍ତା କଲେ ପ୍ରଥମେ ମୁଣ୍ଡକୁ ଆସେ ମଜା-ମସ୍ତି ଆଉ ଥଟ୍ଟା-ମଜା । ହଷ୍ଟେଲରେ ସମସ୍ତେ ନିଜ ସାଙ୍ଗସାଥୀ ପରସ୍ପର ମଧ୍ୟରେ ଖୁବ ମସ୍ତି କରିଥାନ୍ତି । ଏଭଳି ଏକ ମସ୍ତି ଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ୨ ଜଣ ଯୁବତୀ କ୍ୟାଟ୍ରିନାଙ୍କ ସୁପରହିଟ ଗୀତ ‘କମଲି କମଲି…’ ଗୀତରେ ନିଜ ଡାନ୍ସର ଜଲୱା ଦେଖାଇଛନ୍ତି । ତେବେ ଉଭୟଙ୍କୁ ଘେରି ଚାରିପାଖରେ ଅନେକ ଯୁବତୀ ଗେରି ରହିଛନ୍ତି ଏବଂ ସେମାନଙ୍କ ଭିଡିଓ ରେକର୍ଡ କରୁଛନ୍ତି । ଉଭୟ ଯୁବତୀଙ୍କ ଏହି ଡାନ୍ସ ହଷ୍ଟେଲରେ ସମସ୍ତଙ୍କୁ ମତୁଆଲା କରି ଦେଇଛି । କ୍ୟାଟ୍ରିନାଙ୍କ ‘କମଲି କମଲି’ ଗୀତରେ ଏ ଦୁହିଁଙ୍କ ଡାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ନିଆରା ଲୁକ୍ ଏବଂ ଏକ୍ସପ୍ରେସନ୍ ମଧ୍ୟ ସମସ୍ତଙ୍କ ହୃଦୟ ଜିତିପାରିଛି ।

ଦୁଇ ଯୁବତୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦୁଇ ଯୁବତୀଙ୍କ ଏହି ଭିଡିଓରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ବେଳେ ଅଧିକାଂଶ ୟୁଜର ସେମାନଙ୍କ ପ୍ରଶଂସା କରିଛନ୍ତି । ଏହି ଡାନ୍ସ ଭିଡିଓକୁ ସେୟାର କରି ପୋଷ୍ଟରେ ଲେଖାଯାଇଛି ଯେ, ରିୟାଲିଟି ଶୋ’ରେ ମଧ୍ୟ ଏଭଳି ଡାନ୍ସ ଦେଖିବାକୁ ମିଳେ ନାହିଁ । କିନ୍ତୁ ଏହା ହଷ୍ଟେଲରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଏହି ଭିଡିଓକୁ ପସନ୍ଦ କରିଛନ୍ତି । ସମସ୍ତଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛି ଦୁଇ ଯୁବତୀଙ୍କ ଏହି ଡାନ୍ସର ଜଲୱା ।

Get real time updates directly on you device, subscribe now.