fbpx

ନୂଆବର୍ଷ ୨୦୨୦ ପାଇଁ ଶୁଭେଚ୍ଛା

Advertisement

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୦ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେବା ସହ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦେଶବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆବର୍ଷରେ ସାରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଛନ୍ତି । ସେ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ, ନୂତନ ବର୍ଷ ଭାରତକୁ ପରିବର୍ତ୍ତନ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ମଜବୁତ କରିବ । ନୂଆବର୍ଷରେ ଆପଣଙ୍କ ସବୁ ଆଶା ପୂରଣ ହେଉ ।’

ନୂଆବର୍ଷ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେହିପରି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

Get real time updates directly on you device, subscribe now.