ନୂଆବର୍ଷରେ ନୂଆ ନିୟମ: ହେଲମେଟ୍ ନାହିଁ ତ ଲିଫ୍ଟ ନାହିଁ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ହେଲମେଟ୍ ନଥିଲେ ଲିଫ୍ଟ ନ ଦେବାକୁ ଚାଳକମାନଙ୍କୁ କୁହାଯାଇଛି । ନ ମାନିଲେ ଚାକଳଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ନୂଆ ନିୟମ ଅନୁଯାୟୀ ଲିଫ୍ଟ ମାଗୁଥିବା ଲୋକଙ୍କ ପାଖରେ ହେଲମେଟ ରହିବା ନିହାତି ଦରକାର । ନଚେତ ଉକ୍ତ ବ୍ୟକ୍ତିଙ୍କୁ ଲିଫ୍ଟ ନ ଦେବାକୁ ମନ୍ତ୍ରୀ ଗାଡ଼ିଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୩ ମାସ ମଧ୍ୟରେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଓଡ଼ିଶା ଆସିବାର ଯୋଜନା ରହିଛି । ଉକ୍ତ କମିଟି ଦୁର୍ଘଟଣା ଘଟୁଥିବା ସ୍ଥଳକୁ ପରିଦର୍ଶନ କରିବେ । କିଛିଦିନ ପୂର୍ବରୁ ଡବଲ ହେଲମେଟ ଚେକିଂ ଆରମ୍ଭ ହୋଇଗଲାଣି । ଏନେଇ ନୂଆ ବ୍ଲାକ ସ୍ପଟ୍ ଚିହ୍ନଟ ହେବା ପରେ ସୂଚନା ଦିଆଯିବ । କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।