fbpx

ସତରେ କ’ଣ ବଦଳିଯିବ ନ୍ୟୁଜିଲାଣ୍ଡର ନାମ, ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡର ନାମ ପରିବର୍ତ୍ତନ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ନାମ ବଦଳିବା ଥୟ । ପ୍ରକୃତ କଥା ହେଉଛି ନ୍ୟୁଜିଲାଣ୍ଡର ମାଓରୀ ପାର୍ଟି ପକ୍ଷରୁ ଏନେଇ ଏକ ପିଟିଶନ୍ ଲଞ୍ଚ କରାଯାଇଛି, ଯେଉଁଥିରେ ନାମ ପରିବର୍ତ୍ତନ ନେଇ ଅପିଲ କରାଯାଇଥିବା ଜଣାପଡ଼ିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି ନାମ ପରିବର୍ତ୍ତନ ନେଇ କାହିଁକି ଚର୍ଚ୍ଚା ହେଉଛି । ଲୋକମାନେ ଦେଶର ନାମ ପରିବର୍ତ୍ତନ କରିବା ପାଇଁ କାହିଁକି ଚାହୁଁଛନ୍ତି । ତେବେ ମାଓରୀ ପାର୍ଟି ପକ୍ଷରୁ ଦାଖଲ କରାଯାଇଥିବା ପିଟିଶନରେ କୁହାଯାଇଛି ଯେ, ଦେଶର ନୂଆ ନାମ Aotearoa ରହିବା ଉଚିତ । ଏହି ନାମର ଅର୍ଥ ହେଉଛି, ଏକ ଏପରି ସ୍ଥାନ ଯେଉଁଠି ଦୀର୍ଘସମୟ ଧରି ସଫେଦ ବାଦଲ ରହିଥାଏ । ଏହାକୁ ଇଂରାଜୀରେ ଲ୍ୟାଣ୍ଡ ଅଫ ଦିନ ଲଙ୍ଗ ହ୍ୱାଇଟ୍ କ୍ଲାଉଡ୍ କୁହାଯାଇଥାଏ । କୁହାଯାଉଛି ଯେ, ବହୁ ବର୍ଷ ପୂର୍ବରୁ ଜଣେ ଯୁବକ ଦୂରରୁ ବାଦଲ ଦେଖିବା ପରେ he ao ଶବ୍ଦର ବ୍ୟବହାର କରିଥିଲେ । ପରବର୍ତ୍ତୀ ସମୟରେ ତାହା Aotearoa ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.