fbpx

ପାକିସ୍ତାନ କ୍ରିକେଟ୍‌କୁ ନ୍ୟୁଜିଲାଣ୍ଡ ହତ୍ୟା କରିଦେଲା: ସୋଏବ ଅଖତାର୍

ରାୱଲପିଣ୍ଡି: ପୂର୍ବତନ ପାକିସ୍ତାନୀ ପେସ୍‌ ବୋଲର ସୋଏବ ଅଖତାର କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟକୁ ହତ୍ୟା କରିଦେଲେ । ମାତ୍ର ନ୍ୟୁଜିଲାଣ୍ଡ ଦଳ ମନେ ରଖିବା ଉଚିତ ଯେ ଏକଦା ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବେଳେ ଖ୍ରୀଷ୍ଟଚର୍ଚ୍ଚ ଆକ୍ରମଣରେ ୯ ଜଣ ପାକିସ୍ତାନୀଙ୍କର ଜୀବନ ଚାଲି ଯାଇଥିଲା । ତଥାପି ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ସହିତ ରହିଥିଲା । କୋଭିଡ ଆତଙ୍କ ସତ୍ତେ୍ୱ ପାକିସ୍ତାନ ଦଳ ସେହି ଦେଶ ଗସ୍ତରେ ଯାଇ ନ୍ୟୁଜିଲାଣ୍ଡ ସରକାରଙ୍କ ଠାରୁ ଅତି ଖରାପ ବ୍ୟବହାର ପାଇଥିଲେ ହେଁ କିଛି ଭାବି ନ ଥିଲେ ।ବର୍ତ୍ତମାନ ପାକିସ୍ତାନ ଏକ ନିରାପଦ ସ୍ଥାନ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ,ବାଂଲାଦେଶ ,ୱେଷ୍ଟଇଣ୍ଡିଜ ,ଶ୍ରୀଲଙ୍କା ଓ ଜିମ୍ବାୱେ ପ୍ରମୁଖ ଦଳ ପାକିସ୍ତାନ ଗସ୍ତରେ ଆସି ନିରାପଦରେ ସିରିଜ ଖେଳି ଥିଲେ । ମାତ୍ର ନ୍ୟୁଜିଲାଣ୍ଡ ସିରିଜ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପୂର୍ବରୁ ଏପରି ଏକ ନିଷ୍ପତ୍ତି ନେଇ ଆମ ସମସ୍ତଙ୍କୁ ନିରାଶ ଓ ଅପମାନିତ କରିଛନ୍ତି ।

Get real time updates directly on you device, subscribe now.