ରାଜଭବନ ଆଗରେ ଲୁଗା ଢାଙ୍କି ଛୁଆକୁ ଜନ୍ମ ଦେଲା ମାଆ

ନୂଆଦିଲ୍ଲୀ; ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଏଭଳି ଚିତ୍ର ସାମ୍ନାକୁ ଆସିଛି । ଘଟଣାଟି ହେଉଛି, ଲଖନଉରେ ଜଣେ ଗର୍ଭବତୀ ମହିଳାଙ୍କୁ ଏକ ରିକ୍ସାରେ ଡାକ୍ତରଖାନା ନିଆଯାଉଥିଲା । ରାଜଭବନ ସମ୍ମୁଖ ଦେଇ ଯାଉଥିବା ସମୟରେ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହୋଇଥିଲା । ଫଳରେ ରାଜଭବନ ନିକରେ ମହିଳା ଜଣକ ଅଟକି ଯାଇଥିଲେ । ଏହା ପରେ କିଛି ଲୋକମାନେ ଗର୍ଭବତୀ ମହିଳାଙ୍କୁ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ମହିଳାଙ୍କୁ ଏକ ଗଛ ମୂଳେ ଶୁଆଇ ଦେଇଥିଲେ ଏବଂ ତାଙ୍କ ଚାରିପଟେ ଗୋଟିଏ ଲୁଗା ଗୁଡ଼ାଇ ଦେଇଥିଲେ । ଧୀରେ ଧୀରେ ଯନ୍ତ୍ରଣା ବଢିବାକୁ ଲାଗିଥିଲା ଅଥଚ ଆମ୍ବୁଲାନ୍ସ ଆସି ପହଞ୍ଚି ନଥିଲା । ଦୀର୍ଘ ସମୟ ଯନ୍ତ୍ରଣା ପରେ ମହିଳା ଜଣକ ସେହିଠାରେ ହିଁ ତାଙ୍କ ଛୁଆକୁ ଜନ୍ମ ଦେଇଥିଲେ । ଛୁଆଟି ଜନ୍ମ ହେବାରୁ ମୃତ ହୋଇଥିବା ଦେଖିବାକୁ ମିଳିଥିଲା । ଶିଶୁ ଜନ୍ମ ନେବାର ଅଧ ଘଣ୍ଟା ପରେ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଉତ୍ତରପ୍ରଦେଶ ରାଜ୍ୟର ରାଜଧାନୀରେ ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଠିକ୍ ସମୟରେ ଚିକିତ୍ସା ନ ହେବାରୁ ଜନ୍ମ ହୋଇଥିବା ଶିଶୁର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ବିରୋଧୀ ଦଳ ନେତା ମାନେ ଦାବି କରିଛନ୍ତି । ଏଥିପାଇଁ ବିରୋଧୀ ଦଳ ସ୍ଥାନୀୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନା ଥାଉକି, ୟୁପିର ସମାଜବାଦୀ ପାର୍ଟି ନେତା ଶିବପାଲ ସିଂ ଯାଦବ ଏହି ଘଟଣାର ଭିଡିଓ ଟ୍ୱିଟରରେ ସେୟାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟାର୍ଗେଟ କରି ଲେଖିଛନ୍ତି, ‘ଲକ୍ଷ ଲକ୍ଷ ବିଜ୍ଞାପନ ଏବଂ ଦାବି ସତ୍ତ୍ୱେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭେଣ୍ଟିଲେଟରରେ ଅଛି । ଯେତେବେଳେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ନ ପାଇବାରୁ ରାଜଭବନ ସମ୍ମୁଖ ରାସ୍ତାରେ ପ୍ରସବ କରିବାକୁ ବାଧ୍ୟ ହୋଇଥିଲେ । ଏହା ସମ୍ପୂର୍ଣ୍ଣ ବ୍ୟବସ୍ଥା ତଥା ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବତା ।