ଓଡିଶାଭାସ୍କର: ଅଦ୍ଭୁତ ଚମତ୍କାର! ଦୁଇ ଗୋଡ଼ରେ ଚାଲିଲା ନବଜାତ ବାଛୁରୀ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଏଥିରେ ଦେଖିବାକୁ ମିଳିଛି ଯେ, ବାଛୁରୀଟି ଦୁଇଟି ଗୋଡ଼ ସହିତ ଜନ୍ମ ହୋଇଛି ଏବଂ ଦୁଇଟି ଗୋଡ଼ରେ ଠିକ ଭାବେ ଚାଲୁଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାର ସେବା ମଧ୍ୟ କରୁଛନ୍ତି।
ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ସେହି ବାଛୁରୀକୁ ଦେଖିବା ପାଇଁ ପ୍ରତିଦିନ 2 ରୁ 3 ହଜାର ଲୋକ ସେଠାକୁ ଯାଉଛନ୍ତି। ଏହାକୁ ଅନେକ ଲୋକ ଭଗବାନଙ୍କ ଏକ ଚମତ୍କାର ବୋଲି କହୁଛନ୍ତି।