fbpx

୩ ରାଜ୍ୟର ଦାୟିତ୍ୱ ତୁଲାଇବେ ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କେତେ ସମ୍ପତ୍ତିର ମାଲିକ ?

Advertisement

ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଅନେକ ନୂଆ ଚେହେରାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ଛତିଶଗଡ଼ରେ ବିଷ୍ଣୁ ଦେଓ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ରାଜସ୍ଥାନରେ ଭଜନ ଲାଲ ଶର୍ମା ନୂତନ ମୁଖ୍ୟମନ୍ତ୍ରୀ ଭାବେ ଜନତାଙ୍କ ସେବା କରିବେ । ଆଗାମୀ ୨୦-୨୫ ବର୍ଷର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ଦଳର ବସୁନ୍ଧରା ରାଜେ ସିନ୍ଧିଆ, ଶିବରାଜ ସିଂ ଚୌହାନ ଏବଂ ରମଣ ସିଂ ଭଳି ପୁରୁଖା ଓ ବରିଷ୍ଠ ନେତାଙ୍କୁ ଅଣାଦେଖା କରି ନୂଆ ଚେହେରାଙ୍କ ଉପରେ ବିଶ୍ୱାସ କରିଛି । ବିଜେପିର ଏପରି କରିବା ଗୋଟିଏପଟେ ସକାରାତ୍ମକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ତ ଅନ୍ୟପଟେ ଜଝଝର ନିକଟବର୍ତ୍ତୀ ନେତାଙ୍କୁ ଦାୟିତ୍ୱ ଦେଇ ସଂଘକୁ ସନ୍ତୁଷ୍ଟ କରିବାର ପ୍ରୟାସ କରିଛି । କ’ଣ ଆପଣ ଜାଣିଛନ୍ତି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ କେତେ ସମ୍ପତ୍ତିର ମାଲିକ ? ସେମାନଙ୍କ ଉପରେ କେତେ ଋଣ ଅଛି ?

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ

ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ବିଷ୍ଣୁ ଦେଓ ସାଏ । ସେ ଜଣେ କୋଟିପତି । ତାଙ୍କର ମୋଟ୍ ୩କୋଟି ଟଙ୍କାର ସମ୍ପତ୍ତି ରହିଛି । ନିର୍ବାଚନ ଆୟୋଗ ଅନୁଯାୟୀ ବିଷ୍ଣୁ ଦେଓଙ୍କ ପାଖରେ ୩ ଲକ୍ଷ ୫୦ ହଜାର ଟଙ୍କା ନଗଦ ରାଶି ଅଛି । ସେହିପରି ତାଙ୍କ ସ୍ତ୍ରୀଙ୍କ ପାଖରେ ୫୦ ହଜାର ନଗଦ ରାଶି, ୪୫୦ ଗ୍ରାମ ସୁନା ଓ ୨ କେଜି ଚାନ୍ଦି ସହ ଏକ ହୀରା ମୁଦି ଅଛି । କେବଳ ଏତିକି ନୁହେଁ ତାଙ୍କ ପାଖରେ ୫୮ ଲକ୍ଷ ଟଙ୍କାର ଚାଷ ଜମିଥିବା ବେଳେ ୨୭ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଜମି ସହ ଗୋଟିଏ ବ୍ୟବସାୟିକ କୋଠା ଏବଂ ୨ଟି ଘର ବି ରହିଛି । କହିବାକୁ ଗଲେ ତାଙ୍କ ପରିବାର ପାଖରେ ମୋଟ୍ ୮ ଲକ୍ଷ ଟଙ୍କା ନଗଦ ରାଶି ଅଛି । ଏହା ବ୍ୟତୀତ ତାଙ୍କ ଉପରେ ୬୬ ଟଙ୍କାର ଋଣ ଅଛି ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଖରେ ମୋଟ୍ ୪୨ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ସମ୍ପତ୍ତି ଅଛି । ତାଙ୍କ ପାଖରେ ୯ କୋଟି ୯୨ ଲକ୍ଷ ୮୧ ହଜାର ୭୬୩ ଟଙ୍କାର ସ୍ଥାବର ଏବଂ ୩୨ କୋଟି ୧୨ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି । ଆଇଟିଆରର ଶେଷ ରିପୋର୍ଟ ଅନୁଯାୟୀ ତାଙ୍କର ବାର୍ଷିକ ଆୟ ୩୧ଲକ୍ଷ ୨୭ ହଜାର ୩୧୯ ଟଙ୍କା ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ

ନିର୍ବାଚନ ଆୟୋଗରେ ଦାଖଲ ହୋଇଥିବା ଆଫିଡେବିଟ୍ ଅନୁଯାୟୀ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପାଖରେ ମୋଟ୍ ୧.୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିରୁ ୪୩ ଲକ୍ଷ ୬୦ ହଜାର ଟଙ୍କାର ସ୍ଥାବର ଏବଂ ୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କର ମୋଟ୍ ଘୋଷିତ ଆୟ ୧୧ ଲକ୍ଷ ୧୦ ହଜାର ଟଙ୍କା ହୋଇଥିବା ବେଳେ ୬ ଲକ୍ଷ ୯୦ ହଜାର ଟଙ୍କା ତାଙ୍କର ନିଜସ୍ୱ ଆୟ । ତାଙ୍କ ପାଖରେ ୩ ଭରି ସୁନା ଅଛି ଯାହାର ମୂଲ୍ୟ ୧ କୋଟି ୮୦ ହଜାର ଟଙ୍କା ହେବ । ସେ କୌଣସି ଶେୟାର ମାର୍କେଟରେ ନିବେଶ କରିନାହାନ୍ତି ଏବଂ ତାଙ୍କ ପାଖରେ ଅନେକ ଜୀବନ ବୀମା ପଲିସି ବି ଅଛି । ଏହା ବ୍ୟତୀତ ତାଙ୍କ ଉପରେ ୪୬ ଲକ୍ଷ ଟଙ୍କାର ଋଣ ଅଛି ।

 

Get real time updates directly on you device, subscribe now.