fbpx

ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Advertisement

ଭୁବନେଶ୍ୱର: ମଙ୍ଗଳବାର ଏବଂ ବୁଧବାର ବିଧାନସଭାରେ ୧୪୭ ନିବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଇବେ । ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ରହିଥିବାବେଳେ ଏହାପୂର୍ବରୁ ପୋଲିସ ଡିଜି ଅରୁଣ ଷଡଙ୍ଗୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ତିନି ଦିନିଆ ଅଧିବେଶନ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭାର ପାସ୍ ଥିବା ବ୍ୟକ୍ତିଙ୍କୁ କେବଳ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ମୁତୟନ ରହିବେ । ନିଜେ ପୋଲିସ କମିଶନର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ପୋଲିସ କଣ୍ଟ୍ରୋଲ ରୁମ୍ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବ ।

Get real time updates directly on you device, subscribe now.