ଖୁସିରେ ପଡିଲା ଦୁଃଖର ଛିଟା: ବାସର ସେଜ ପାଲଟିଲା ମୃତ୍ୟୁ ସେଜ; ଚଉଠି ଦିନ ଆଖି ବୁଜିଲେ ନବଦମ୍ପତି
ପୁୁଅ- ବୋହୂଙ୍କୁ ଝୁରୁଛି ପରିବାର । କାନ୍ଦୁଚି ଗାଁ ।
ଅଯୋଧ୍ୟା: ବାହାଘର ଏକ ଖୁସିର ସମାରୋହ । ଦୂର ଦୂରାନ୍ତରୁ ବନ୍ଧୁ ପରିଜନ ଘରକୁ ଆସନ୍ତି । ଭୋଜି ଭାତରେ ଖଣ୍ଡ ମଣ୍ଡଳ ମହକିଯାଏ । ଉତ୍ତର ପ୍ରଦେଶ ଅଯୋଧ୍ୟାରେ ବାହାଘର ପାଲଟିଯାଇଛି ଶୋକର ମୁହୂର୍ତ୍ତ ।
ଜଗିଥିଲା ଯମ: ୭ ତାରିଖ ଦିନ ଅଯୋଧ୍ୟାରେ ପ୍ରଦୀପଙ୍କର ଥିଲା ବାହାଘର । ୮ ତାରିଖରେ ସ୍ତ୍ରୀକୁ ଧରି ଘରକୁ ଫେରିଥିଲେ, ପ୍ରଦୀପ । ରିସେପ୍ସନ ସରିବା ପରେ ଅସିଥିଲା ଚଉଠି । ରାତିରେ ଖାଇବା ପିଇବା ସାରିଦେଇ ନବ ଦମ୍ପତି ଚାଲିଗଲେ ନିଜ ଶୋଇବା କକ୍ଷକୁ ।
କାଳ ଚଉଠି: କିନ୍ତୁ ପରଦିନ ସକାଳେ ୭ଟା ପର୍ଯ୍ୟନ୍ତ ରୁମ୍ ନ ଖୋଲିବା ଦେଖି ଘର ଲୋକେ କବାଟ ବାଡେଇଥିଲେ । ବହୁ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବା ଦେଖି ଘରଲୋକ ଶେଷରେ କବାଟ ଭାଙ୍ଗି ଦେଇଥିଲେ ।
ତଦନ୍ତ ଆରମ୍ଭ: କବାଟ ଖୋଲିବା ପରେ ପ୍ରଦୀପ ପଙ୍ଖାରେ ଝୁଲିଥିବାବେଳେ ସ୍ତ୍ରୀଙ୍କ ମୃତଦେହ ଖଟରେ ପଡ଼ି ରହିଥିଲା । ଘର ଲୋକ ତୁରନ୍ତ ଏହାର ସୂଚନା ପୋଲିସକୁ ଦେଲେ । ତେବେ ମୃତଦେହକୁ ଜବତ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସବୁ ଥିଲେ ଖୁସି: ସେପଟେ ପ୍ରଦୀପଙ୍କ ଘର ଲୋକେ ବର୍ତ୍ତମାନସୁଦ୍ଧା କାହାରି ନାଁରେ ଅଭିଯୋଗ କରିନାହାନ୍ତି । ଦୁଇ ପରିବାର ସମ୍ମତିରେ ଏ ବାହାଘର ହୋଇଥିବାବେଳେ ନବଦମ୍ପତି ଖୁସିଥିବା ମୃତକଙ୍କ ସମ୍ପର୍କୀୟ କହିଛନ୍ତି ।