ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସେହିପରି ଦେଶରେ ମଧ୍ୟ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହା ମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ଏହି ଅସ୍ଥାୟୀ ରୋକକୁ ନେଇ ଘୋଷଣା କରିଛନ୍ତି । ସେ ଏ ସଂକ୍ରାନ୍ତରେ ସୁଚନା ଦେଇ କହିଛନ୍ତି ଯେ, ୧୧ ଏପ୍ରିଲ୍ ରୁ ୨୮ ଯାଏଁ ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ସସପେଣ୍ଡ କରାଯାଇଛି । ନ୍ୟୁଜିଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି ।

ସୁଚନାଯୋଗ୍ୟ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହୋଇଗଲାଣି । ପ୍ରଥମ ବର୍ଷ ତୁଳନାରେ ଦ୍ୱିତୀୟ ବର୍ଷ କରୋନା ଖୁବ୍ ଦ୍ରୁତ ଗତିରେ ବିସ୍ତାର ହେବାରେ ଲାଗିଛି । ଖାସ୍ କରି ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଆଦି ରାଜ୍ୟ ମାନଙ୍କରେ ପରିସ୍ଥିତି ଅଣାୟତ ଅବସ୍ଥାକୁ ଚାଲିଗଲାଣି । ତେଣୁ ଏହି ରାଜ୍ୟ ମାନଙ୍କରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହ ଟିକାକରଣକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି ।