କ୍ରିକେଟ ବୋର୍ଡର ନୂଆ ନିଷ୍ପତ୍ତି: ଏବେ ଏହି ନିୟମରେ ପରିବର୍ତ୍ତନ ଆଣିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଏବେ କ୍ରିକେଟ ଜଗତରେ ଆସିବାକୁ ଯାଉଛି ଏକ ନୂଆ ପରିବର୍ତ୍ତନ । ଏବେ କ୍ରିକେଟରେ ବି ସମାନ ହେବେ ପୁରୁଷ ଏବଂ ମହିଳା । ପୁରୁଷମାନଙ୍କ ପରି ମହିଳା କ୍ରିକେଟରଙ୍କୁ ମଧ୍ୟ ସମାନ ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛି କ୍ରିକେଟ ବୋର୍ଡ । ଏବେ ଇଣ୍ଟରନେସନାଲ ଏବଂ ଶୀର୍ଷ ସ୍ତରର ଘରୋଇ ମ୍ୟାଚ ପାଇଁ ମହିଳା ଖେଳାଳିଙ୍କୁ ମଧ୍ୟ ପୁରୁଷ କ୍ରିକେଟରଙ୍କ ସହ ସମାନ ଦରମା ମିଳିବ । ଯାହା କ୍ରିକେଟ ପାଇଁ ମହିଳାଙ୍କ ଇଚ୍ଛାଶକ୍ତିକୁ ବୃଦ୍ଧି କରିବ ।

ନ୍ୟଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଏମିତି ଏକ ନିଷ୍ପତ୍ତି ନିଆଯାଇଛି । ଏବେ ମହିଳା କ୍ରିକେଟରଙ୍କୁ ଏବେ ପୁରୁଷଙ୍କ ପରି ସମାନ ଫିସ ଦେବା ପାଇଁ ଘୋଷଣା କରାଯାଇଛି । ସମସ୍ତ କ୍ରିକେଟରଙ୍କୁ ଏବେ ପ୍ରତ୍ୟେକ ମ୍ୟାଚର ସମାନ ଦରମା ଦିଆଯିବ । ଏହାବ୍ୟତୀତ ପାଞ୍ଚ ବର୍ଷର ଚୁକ୍ତି ଅନୁସାରେ ହ୍ୱାଇଟ ଫର୍ଣ୍ଣସ ଏବଂ ଗରୋଇ ମହିଳା ଖେଳାଳିଙ୍କୁ ଦିନିକିଆ, ଟି-୨୦ ଫୋର୍ଡ ଟ୍ରଫି ଏବଂ ସୁପର ସ୍ମେଶ ସମେତ ସମସ୍ତ ପ୍ରତିଯୋଗିତାରେ ପୁରୁଷଙ୍କ ଅନୁସାରେ ସମାନ ଦରମା ପାଇବେ ମହିଳା ଖେଳାଳି ।

ଏହି ଚୁକ୍ତିନାମା କ୍ରିକେଟ ପାଇଁ ଏକ ଗେମ-ଚେଞ୍ଜର ହେବ ବୋଲି କହିଛନ୍ତି ହ୍ୱାଇଟ ଫର୍ଣ୍ଣସର ଅଧିନାୟକ ରୋଫୀ ଡିଭାଇନ । ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ମହିଳା ଖେଳାଳିମାନଙ୍କ ପାଇଁ ପୁରୁଷଙ୍କ ସହିତ ଗୋଟିଏ ଚୁକ୍ତିନାମାରେ ମାନ୍ୟତାପ୍ରାପ୍ତ ହେବା ଏକ ବଡ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ଟେଷ୍ଟ ମ୍ୟାଚ ପାଇଁ ୧୦,୨୫୦ ଡଲାର ଫିସ୍ ରହିଥିବା ବେଳେ ଦିନିକିଆ ମ୍ୟାଚ ପାଇଁ ୪,୦୦୦ ଡଲାର ଏବଂ ଟି-୨୦ ମ୍ୟାଚ ପାଇଁ ୨,୫୦୦ ଲେଖାଏଁ ପାଇବେ ଖେଳାଳି । ସେହିପରି ପ୍ଲଙ୍କେଟ ଶୀଲ୍ଡ ପାଇଁ ୧,୫୦୦ ଡଲାର, ପର୍ଡ ଟ୍ରଫି/ ହେଲିବେଟନ ଜନଷ୍ଟନର ଗୋଟିଏ ମ୍ୟାଚ ପାଇଁ ୮୦୦ ଡଲାର ଏବଂ ସୁପର ସ୍ମାଶରେ ମ୍ୟାଚ ପାଇଁ ୫୭୫ ଡଲାର ମ୍ୟାଚ ଫି ଦିଆଯିବ ।